ଓଲଟିଲା ସ୍କୁଲ ଅଟୋ , ୧୦ ଆହତ

ଓଲଟିଲା ସ୍କୁଲ ଅଟୋ , ୧୦ ଆହତ

ଓଲଟିଲା ସ୍କୁଲ ଅଟୋ , ୧୦ ଆହତ

ନାରାୟଣପାଟଣା: ଓଲଟିଲା ସ୍କୁଲ ଅଟୋ। ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ। ଫଳରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଛାତ୍ରାଛାତ୍ରୀଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ତେବେ ଅଟୋ ଡ୍ରାଇଭରଙ୍କ ବିଷୟରେ କିଛି ସୂଚନା ମିଳିପାରିନାହିଁ।

ସୂଚନା ମୁତାବକ, ଆଜି ସକାଳେ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଟୋରେ ସ୍କୁଲ ଯାଉଥିଲେ। ମୁଣ୍ଡିଗୁଡ଼ା ଠାରେ ରାସ୍ତା ବୁଲାଣି ବେଳେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା। ଅଟୋ ତଳେ ଚାପି ହୋଇ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ଗୁରୁତର ଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି।