ଓଡିଶାରେ ଖୁବ୍‌ ଶୀଘ୍ର ଚାଲିବ ବନ୍ଦେଭାରତ ଏକ୍ସପ୍ରେସ୍‌

ଓଡିଶାରେ ଖୁବ୍‌ ଶୀଘ୍ର ଚାଲିବ ବନ୍ଦେଭାରତ ଏକ୍ସପ୍ରେସ୍‌

ଓଡିଶାରେ ଖୁବ୍‌ ଶୀଘ୍ର  ଚାଲିବ ବନ୍ଦେଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର : ଆସନ୍ତା ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ୍‌ । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଜଗନ୍ନାଥ ଏକ୍ସପ୍ରେସ୍‌ । ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ଭାରତ ଗୌରବ ପ୍ରକଳ୍ପ । ଏହି ପ୍ରକଳ୍ପ ଅଧୀନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ୍‌ ଆରମ୍ଭ ହୋଇଛି । 

ରାମାୟଣ ଏକ୍ସପ୍ରେସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌ ପରେ ଚାଲିବ  । ଏହି ଏକ୍ସପ୍ରେସ ମହାପ୍ରଭୁଙ୍କ ଗୌରବମୟ ସଂସ୍କୃତି ପ୍ରଦର୍ଶନ କରିବ । ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ଖାଦ୍ୟ ଓ ଭାଷା ପ୍ରଚାର ପ୍ରସାର କରିବ । ଏହାସହିତ ରେଳମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ କରିବ । ମେଟ୍ରୋ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇନାହାନ୍ତି ବୋଲି ମଧ୍ୟ ସେ କହିଛନ୍ତି । ତେଣୁ ପ୍ରସ୍ତାବ ଆସିଲେ ତିଆରି ହେବ ।  ଦ୍ରୁତ ଗତିରେ ଚଳାଚଳ କରୁଥିବା ବନ୍ଦେଭାରତ ଖୁବଶୀଘ୍ର ଖୁବ ଶୀଘ୍ର ଓଡିଶାରେ ଚାଲିବ ।