ଓଡିଶାରେ ଆରମ୍ଭ ହେଲା କରୋନା ପରୀକ୍ଷା ।

ଓଡିଶାରେ ଆରମ୍ଭ ହେଲା କରୋନା ପରୀକ୍ଷା ।

ଓଡିଶାରେ ଆରମ୍ଭ ହେଲା କରୋନା ପରୀକ୍ଷା ।
ଗତକାଲି ଠାରୁ ଏମସ ଭୁବନେଶ୍ୱରରେ କରୋନା ପରୀକ୍ଷା ଆରମ୍ଭ ହୋଇଛି । ଏହାସହ ଅପୋଲ ହସ୍ପିଟାଲକୁ ମଧ୍ୟ ଏଥିପାଇଁ ଅନୁମତି ମିଳିସାରିଛି । ମାତ୍ର ସେଠାରେ ଏ ପର୍ଯ୍ୟନ୍ତ ପରୀକ୍ଷା ଆରମ୍ଭ ହୋଇନାହିଁ । ତେଣୁ ରାଜ୍ୟରେ ଓୟୁଏଟି ଓ ଏସସିବି ମେଡିକାଲ କଲେଜରେ କରୋନା ପରୀକ୍ଷା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଆସନ୍ତା ୩/୪ଦିନ ଭିତରେ ଏହି ଦୁଇ ସ୍ଥାନରେ କରୋନା ପରୀକ୍ଷା ନେଇ ପରୀକ୍ଷଣ ଆରମ୍ଭ ହୋଇପାରେ ବୋଲି ଅନୁମାନ କରଯାଉଛି । ସୂଚନା ମୁତାବକ, ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଅଧିକ ସଂଖ୍ୟାରେ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି । ଏବଂ ଗତକାଲି ଏମ୍‌ସରେ ୩ଟି ନମୁନା ପରୀକ୍ଷା ହୋଇଥିବାବେଳେ ସମସ୍ତ ନମୁନା ନେଗେଟିଭ୍ ରହିଥିବା ଜଣାପଡିଛି । ସେଠାରେ ମଧ୍ୟ କୌଣସି ଦେୟ ଦେବାକୁ ପଡିବ ନାହିଁ ।