ଆଜି ୨୪୨୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଆଜି ୨୪୨୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Oct 12, 2020 - 06:07
Updated: Oct 12, 2020 - 06:07
ଭୁବନେଶ୍ବର : ରାଜ୍ୟରେ ଆଜି ୨ହଜାର ୪୨୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୪୧୭ଜଣ ଚିହ୍ନଟ ହୋଇଥିବାବେଳେ ୧୦୦୬ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୪ହଜାର୬୬୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୨୭ ହଜାର ୬୧୫ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ହଜାର୯୫୪ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୧୦୦୬ଜଣ । ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୨ହଜାର ୪୨୩ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୫୯ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୨୨୯, ବାଲେଶ୍ବରରୁ ୪୨, ବରଗଡରୁ ୯୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୧୦, କଟକରୁ ୧୧୮, ଦେବଗଡରୁ ୧୭, ଢେଙ୍କାନାଳରୁ ୬୬, ଗଜପତିରୁ ୭, ଗଞ୍ଜାମରୁ ୩୭, ଜଗତସିଂହପୁରରୁ ୮୪, ଯାଜପୁରରୁ ୯୭, ଝାରସୁଗୁଡାରୁ ୬୬, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୩୫, କେନ୍ଦ୍ରାପଡାରୁ ୭୩, କେଉଁଝରରୁ ୭୦, କୋରାପୁଟରୁ ୨୪, ମାଲକାନଗିରିରୁ ୪୮, ମୟୂରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୨୮, ନୟାଗଡରୁ ୪୦, ନୂଆପଡାରୁ ୬୩, ପୁରୀରୁ ୭୩, ରାୟଗଡାରୁ ୧୦, ସମ୍ବଲପୁରରୁ ୬୦, ସୋନପୁରରୁ ୫୩, ସୁନ୍ଦରଗଡରୁ ୧୯୫ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ପୁଲ୍ରୁ ୭୫ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।