ଓଡିଶାକୁ ଲୁଟିବାକୁ ବିଜେପି-ବିଜେଡି ମଧ୍ୟରେୁ ଗୁପ୍ତ ରାଜିନାମା : ଏ ଚେଲା କୁମାର

ଓଡିଶାକୁ ଲୁଟିବାକୁ ବିଜେପି-ବିଜେଡି ମଧ୍ୟରେୁ ଗୁପ୍ତ ରାଜିନାମା : ଏ ଚେଲା କୁମାର

ଓଡିଶାକୁ ଲୁଟିବାକୁ ବିଜେପି-ବିଜେଡି ମଧ୍ୟରେୁ ଗୁପ୍ତ ରାଜିନାମା : ଏ ଚେଲା କୁମାର
ଭୁବନେଶ୍ୱର: ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଭାରୀ ଏ.ଚେଲା କୁମାର ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି । ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି ଚେଲା କୁମାର କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଓଡ଼ିଶାକୁ ଲୁଟିବାକୁ ଉଭୟଙ୍କ ମଧ୍ୟରେ ଗୁପ୍ତ ଚୁକ୍ତି ହୋଇଛି । ପରୀ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ପ୍ରଥମେ ସ୍ୱର ତୀବ୍ର କରିଥିଲା । ସରକାରଙ୍କ ଏସଆଇଟି ତଦନ୍ତ ନିଦେ୍ର୍ଧଶ କଂଗ୍ରେସର ଐତିହାସିକ ସଫଳତା । କିନ୍ତୁ ଆମ ନେତା ଲାଞ୍ଚ ଖାଇ ଚୁପ ହୋଇଗଲେ ବୋଲି ବିଜେପି ଅଭିଯୋଗ କରୁଛି । ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ବିଜେପି ଏଭଳି କଥା ଉଠାଇଛି ବୋଲି ଚେଲା କୁମାର ଅଭିଯୋଗ କରିଛନ୍ତି । ଏହି ଅବସରରେ ଇତିଶ୍ରୀ ହତ୍ୟା ଓ ଖଣି ଦୁର୍ନୀତି ଅନେକ ପ୍ରସଙ୍ଗରେ ବି ଚେଲା କୁମାର ଟାର୍ଗେଟ କରିଛନ୍ତି । ସିବିଆଇ ତଦନ୍ତ କୁଆଡେ଼ ଗଲା ଓ କଣ ଫଳ ମିଳିଲା ବୋଲି ଚେଲା କୁମାର ପ୍ରଶ୍ନ କରିଛନ୍ତି ।