ଓଡିଶାକୁ ଆସିଲା ଇକମୋ ମେସିନ୍

ଓଡିଶାକୁ ଆସିଲା ଇକମୋ ମେସିନ୍

ଓଡିଶାକୁ ଆସିଲା ଇକମୋ ମେସିନ୍

ଭୁବନେଶ୍ୱର: ଓଡିଶାକୁ ପ୍ରଥମ ଇକମୋ ମେସିନ୍ ଆସିଛି । ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାରକୁ ଚିକିତ୍ସା ପାଇଁ ନେବାକୁ ପଡିବ ନାହିଁ। ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ।  ଏହାକୁ କାର୍ୟ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଉଛି ।
ଏହି ଡାକ୍ତରୀ ଟିମରେ ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା (ଶିଶୁ ରୋଗ) ଓ ଆନେସ୍ଥେସିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ସତ୍ୟଜିତ ମିଶ୍ର ଅଛନ୍ତି।  ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀଙ୍କୁ ତାଲିମ ଦିଆଯାଇ ନଥିବାରୁ ମେସିନ୍ ଚଳାଇବା ନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଇକମୋ ଚିକିତ୍ସାରେ ଥିବା ଜଣେ ରୋଗୀଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ପଡିଥାଏ । ସେଥିପାଇଁ ନର୍ସଙ୍କ ଆବଶ୍ୟକତା ରହିଛି।  ତେବେ ଆସନ୍ତା ତିନି ମାସରେ ଇଟେଣ୍ଡରରେ ଆଉ ଏକ ଇକମୋ ମେସିନ ମଧ୍ୟ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି ।