ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର

ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର

ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅବସ୍ଥାରେ ଭୁବନେଶ୍ୱର କିମସ ହସ୍ପିଟାଲରେ ଚିକିତ୍ସିତ ହେଉଚନ୍ତି । ସେ ଦୀର୍ଘ ବର୍ଷେ ହେଲା ବୃକକ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଗତକାଲି ଶରୀର ଅଧିକ ଅସୁସ୍ଥ ହେବାରୁ ସେ କିମସରେ ଭର୍ତ୍ତି ହୋଇଥିଲେ । ଅପରାହ୍ନ ୨ଟା ବେଳକୁ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି । ସୂଚନା ଯୋଗ୍ୟ, ତାଙ୍କର ଗୋଟିଏ କିଡନି ଖରାପ ହୋଇଯାଇଥିବା ବେଳେ ଗତ କିଛି ଦିନ ତଳେ ଅସ୍ତ୍ରୋପଚାର ହୋଇଥିଲା ।