ଓଡ଼ିଶାର ଏହି ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ମେଡ଼ାଲ

ଓଡ଼ିଶାର ଏହି ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ମେଡ଼ାଲ

ଓଡ଼ିଶାର ଏହି ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ମେଡ଼ାଲ

ଭୁବନେଶ୍ୱର : ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ପୁଲିସ ଅଫିସରମାନଙ୍କୁ ରାଷ୍ଟ୍ରପତି ମେଡ଼ାଲ ପ୍ରଦାନ କରାଯିବ  । ଓଡ଼ିଶାର ଅନେକ ଦକ୍ଷ ପୁଲିସ ଅଫିସର ଏଥିପାଇଁ ମନୋନୀତ ହୋଇଛନ୍ତି  ।

ଧିରେନ୍ଦ୍ର ସମ୍ଭାଜୀ କୁଟେ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବାବେଳେ ରାଷ୍ଟ୍ରପତି ମେଡ଼ାଲ ପାଇଁ ମନୋନୀତ ହୋଇଛନ୍ତି  । ସେହିପରି ଭିଜିଲାନ୍ସ ନିଦେ୍ର୍ଧଶାଳୟରେ କାର୍ଯ୍ୟରତ କନଷ୍ଟେବଳ ପ୍ରହଲ୍ଲାଦ କୁମାର ରାଉତଙ୍କୁ ମଧ୍ୟ ପ୍ରେସିଡେ଼ଂଟ ମେଡ଼ାଲ ମିଳିବ  । ଉଲ୍ଲେଖନୀୟ ସେବା ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ  । ସେହିପରି ମେରିଟେରସ ସେବା ପାଇଁ ମଧ୍ୟ ୧୧ ଜଣ ପୁଲିସଙ୍କୁ ସମ୍ବଦ୍ଧ୍ୱିର୍ତ କରାଯିବ  ।

ଭଦ୍ରକର ଅତିରିକ୍ତ ଏସପି ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦୁ୍ୟମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀ, ଭୁବନେଶ୍ୱର ଏସିପି ହିମାଂଶୁ ଭୂଷଣ ସ୍ୱାଇଁ, ଡେପୁଟି କମାଣ୍ଡାଂଟ ଜ୍ଞାନେନ୍ଦ୍ର କୁମାର ଦାସ, ଇନ୍ସପେକ୍ଟର ଅରୁଣ ବଳିୟାର ସିଂହ, ଏସଆଇ ଯୁଗଳ କିଶୋର ପ୍ରଧାନ, ନୂଆପାଟଣା କନଷ୍ଟେବଳ ସରୱଦିନ ଖାନ, ପୁଲିସ ଏଏସଆଇ ବିଜନୟନ ଭୂଷଣ ମହାନ୍ତି ଓ ଅନୀଲ କୁମାର ମିଞ୍ଜଙ୍କୁ ବି ପୁରସ୍କାର ମିଳିବ  ।