ଓଡ଼ିଶା ବିଶ୍ୱରେ ଉଦାହରଣ ସାଜିଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ବିଶ୍ୱରେ ଉଦାହରଣ ସାଜିଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ବିଶ୍ୱରେ ଉଦାହରଣ ସାଜିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ତିତଲି ହେଉ ଅବା ଫାନି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଉଦାହରଣ ସାଜିଛି । ଓଡ଼ିଶା ବିଶ୍ୱପାଇଁ ବେଞ୍ଚମାର୍କ ପାଲଟିଛି । ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ୟ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ସେ କହିଛନ୍ତି ଯେ, ଏବେ ବାତ୍ୟା ନିରୋଧୀ ଗୃହ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି । ବାତ୍ୟା ପ୍ରବଣ ଅଞ୍ଚଳରେ ସମସ୍ତଙ୍କୁ ବାତ୍ୟା ନିରୋଧୀ ଗୃହ ଯୋଗାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି । ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ବିକଶିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।