ଓଡ଼ିଶା ବନ୍ଦ ସଫଳ କରିବାକୁ କଟକରେ ପ୍ରସ୍ତୁତି

ଓଡ଼ିଶା ବନ୍ଦ ସଫଳ କରିବାକୁ କଟକରେ ପ୍ରସ୍ତୁତି

ଓଡ଼ିଶା ବନ୍ଦ ସଫଳ କରିବାକୁ କଟକରେ ପ୍ରସ୍ତୁତି

କଟକ: ଆସନ୍ତା ୧୨ ତାରିଖରେ କଂଗ୍ରେସ ଡାକିଛି ଓଡ଼ିଶା ବନ୍ଦ ଡାକରା। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ଗିରଫ ଦାବିରେ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି। ରାଜ୍ୟବ୍ୟାପୀ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଛ ଘଣ୍ଟିଆ ବନ୍ଦ ପାଳନ କରିବ କଂଗ୍ରେସ। ଏହି ବନ୍ଦ ପାଳନକୁ ସଫଳ କରିବା ପାଇଁ ଅଣ୍ଟା ଭିଡିଛି କଟକ ଜିଲ୍ଲା କଂଗ୍ରେସ କମିଟି। ଏ ନେଇ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜିଲ୍ଲା କାର୍ଯ୍ୟାଳୟରେ ଏ ନେଇ ଆଜି ଜିଲ୍ଲା ସଭାପତି ଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ବନ୍ଦ ପାଳନକୁ ସଫଳ କରିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କ ସହଯୋଗ ମାଗିବ କଂଗ୍ରେସ । ଲୋକଙ୍କ ସମର୍ଥନରେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ବନ୍ଦ ପାଳନ କରିବ କଟକରେ। ସମସ୍ତ ବ୍ଲକ, ପଞ୍ଚାୟତରେ କର୍ମକର୍ତ୍ତାମାନେ ରାସ୍ତାକୁ ଆସି ଲୋକଙ୍କୁ ସହଯୋଗ ପାଇଁ ଅନୁରୋଧ କରିବେ। ମମିତାଙ୍କୁ ନ୍ୟାୟ ନ ମିଳିବା ଯାଏଁ କଂଗ୍ରେସ ଏମିତି ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ଆଜିର ବୈଠକରେ ଜିଲ୍ଲା କମିଟିର ପଦାଧିକାରୀ ଉପସ୍ଥିତ ଥିଲେ।