ଓଜନ କମାଇବ ଭେଣ୍ଡି ପାଣି
ଓଜନ କମାଇବ ଭେଣ୍ଡି ପାଣି
ଅମେ ଅନେକ ପରିବା ପ୍ରତ୍ୟେକ ଦିନ ଆହାର ପାଇଁ ବ୍ୟବହାର କରୁଛନ୍ତି । ସେଥି ମଧ୍ୟରୁ କେତକ ପରିବା ଆମକୁ ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଥାଏ । ଆଜି କାଳି ସମସ୍ତେ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ନିଜର ଖାଦ୍ୟ ପେୟ ଗ୍ରହଣ କରୁଛନ୍ତି । ସେଥି ମଧ୍ୟରୁ ଭେଣ୍ଡିରେ ତିଆରି ବ୍ୟଞ୍ଜନ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଭିଟାମିନ୍ ସି ଓ ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ରହିଛି, ଯାହା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ। କେବଳ ଭେଣ୍ଡି ନୁହେଁ, ଏହାର ପାଣି ମଧ୍ୟ ଶରୀର ପାଇଁ ଖୁବ୍ ଉପକାରୀ। ଗୋଟିଏ ଗ୍ଲାସ୍ ଭେଣ୍ଡି ପାଣିରୁ ୬ ଗ୍ରାମ୍ କାର୍ବୋହାଇଡ୍ରେଟ୍, ୮୦ ମାଇକ୍ରୋଗ୍ରାମ୍ ଫୋଲେଟ୍, ୩ ଗ୍ରାମ୍ ଫାଇବର୍ ଓ ୨ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ।
ଘରେ ଏହିପରି ତିଆରି କରନ୍ତୁ ଭେଣ୍ଡି ପାଣି
୫ରୁ ୬ଟି ମିଡିୟମ୍ ସାଇଜ୍ ଭେଣ୍ଡି ଆଣି ଦୁଇ ଫାଳ କରି କାଟି ଦିଅନ୍ତୁ। ଏହି ଭେଣ୍ଡିଗୁଡ଼ିକୁ ଗୋଟିଏ ଗ୍ଲାସ୍ ପାଣିରେ ବତୁରାଇ ଦିଅନ୍ତୁ। ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇ ରଖିବା ପରେ ଭେଣ୍ଡିସବୁକୁ କାଢ଼ି ଚିପୁଡ଼ି ରଖନ୍ତୁ ଏବଂ ସେହି ପାଣିରେ କିଛି ସାଧା ପାଣି ମିଶାନ୍ତୁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହି ପାଣିକୁ ସକାଳ ଜଳଖିଆ ପୂର୍ବରୁ ପିଅନ୍ତୁ।
ଭେଣ୍ଡି ପାଣି ପିଇଲେ ଶରୀରକୁ ଏହିସବୁ ଲାଭ ମିଳିଥାଏ
୧. ଶ୍ୱାସ ରୋଗୀଙ୍କ ପାଇଁ ଭେଣ୍ଡି ପାଣି ଖୁବ୍ ଉପକାରୀ। ଏହି ପାଣି ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ।
୨. ଶରୀରରେ କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରିଥାଏ।
୩. ସୁଗାରକୁ ନିୟନ୍ତ୍ରଣ କରିଥାଏ।
୪. କିଡ୍ନୀ ଷ୍ଟୋନ୍ ସମସ୍ୟା ଥିଲେ, ନିୟମିତ ଭେଣ୍ଡି ପାଣି ପିଅନ୍ତୁ।
୫. ଶରୀରର ଓଜନ କମ୍ କରିବା ପାଇଁ ମଧ୍ୟ ଏହି ପାଣିକୁ ପିଇପାରିବେ।
ତେବେ ଭେଣ୍ଡି ପାଣି ପିଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।




admin 