ଓକିଲ ସଙ୍ଘ ନିର୍ବାଚନ, ଅପରାହ୍ନ ୪ଟା ଯାଏଁ ହେବ ଭୋଟ ଗ୍ରହଣ

ଓକିଲ ସଙ୍ଘ ନିର୍ବାଚନ, ଅପରାହ୍ନ ୪ଟା ଯାଏଁ ହେବ ଭୋଟ ଗ୍ରହଣ

ଓକିଲ ସଙ୍ଘ ନିର୍ବାଚନ, ଅପରାହ୍ନ ୪ଟା ଯାଏଁ ହେବ ଭୋଟ ଗ୍ରହଣ
ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ କୋର୍ଟ ଗୁଡିକରେ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଛି । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପର୍ୟ୍ୟାପ୍ତ ପରିମାଣରେ ମାସ୍କ, ସାନିଟାଇଜର ବ୍ୟବସ୍ଥା ସହ ସାମାଜିକ ଦୂରତା ରଖିବା ଓ ଅଧିକ ଗହଳି କମାଇବା ପାଇଁ ଅଧିକ ବୁଥର ବ୍ୟବସ୍ଥା ମଧ୍ୟ କରାଯାଇଛି । ସିକ୍ରେଟ ବାଲଟ ଯୋଗେ ସକାଳ ୮ଟାରୁ ଭୋଟ ଗ୍ରହଣ କାର୍ୟ୍ୟକ୍ରମ ଆରମ୍ଭ ହୋଇସାରିଛି । ଏହା ଅପରାହ୍ନ ୪ଟା ପର୍ୟ୍ୟନ୍ତ ଚାଲିବ । ରାଜ୍ୟର ଅନୁବନ୍ଧିତ ସମସ୍ତ ବାର କାଉନ୍‌ସିଲ ପାଇଁ ଭୋଟ ଗ୍ରହଣ ହେଉଛି । ପ୍ରତି ପଦବୀ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବକ୍ସର ବ୍ୟବସ୍ଥା କରାଯାଇଛି। ସେଥିରେ ଭୋଟ ଗ୍ରହଣ କରାଯାଉଛି । ନିର୍ବାଚନ ଫଳାଫଳ ନିର୍ବାଚନ ଅଧିକାରୀ ମାନେ ଓଡ଼ିଶା ବାର କାଉନସିଲର ସମ୍ପାଦକ ଙ୍କ ନିକଟକୁ ଡିସେମ୍ବର ୩୧ ତାରିଖରେ ପଠାଇବାକୁ ନିର୍ଦ୍ଦେଶ ଦେଇଛି ବୋଲି ଓଡ଼ିଶା ବାର କାଉନସିଲ । ସଂପାଦକ ଜେ. କେ ସାମନ୍ତସିଂହାର ସୂଚନା ଦେଇଛନ୍ତି । ଏହା ସହିତ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚଳିତ ବର୍ଷ ଓଡିଶା ବାର ହାଇକୋର୍ଟ ଅସୋସିଏସନର ନିର୍ବାଚନ ହେବ ନାହିଁ ।