ଏହି ଯୋଜନାରେ ଆହତଙ୍କୁ ମାଗଣାରେ ହସ୍ପିଟାଲ ନେବ ଘରୋଇ ଆମ୍ବୁଲାନ୍ସ,

ଏହି ଯୋଜନାରେ ଆହତଙ୍କୁ ମାଗଣାରେ ହସ୍ପିଟାଲ ନେବ ଘରୋଇ ଆମ୍ବୁଲାନ୍ସ,

ଏହି ଯୋଜନାରେ ଆହତଙ୍କୁ ମାଗଣାରେ ହସ୍ପିଟାଲ ନେବ ଘରୋଇ ଆମ୍ବୁଲାନ୍ସ,


ଭୁବନେଶ୍ୱର: ଏଣିକି ଘରୋଇ ଆମ୍ବୁଲାନ୍ସ ଆହତକୁ ମାଗଣା ପହଞ୍ଚାଇବେ ହସ୍ପିଟାଲ। ସଡ଼କ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ସ୍ୱାସ୍ଥ୍ୟ ବିଭାଗ ଆରମ୍ଭ କରିଛି ନୂଆ ‘ମ୍ୟାପିଂ ଅଫ୍‌ ଆମ୍ବୁଲାନ୍ସ’ ଯୋଜନା । ଏଥିରେ ୫ ହଜାର ଘରୋଇ ଆମ୍ବୁଲାନ୍ସ ସାମିଲ କରାଯାଯାଇଛି । ଏହା ଠିକ୍‌ ଓଲା ଉବେର ଭଳି କାମ କରିବ । ଏସବୁ ଘରୋଇ ଆମ୍ବୁଲାନ୍ସ ରାଜ୍ୟ ସରକାରଙ୍କ ୧୦୮ ଜରୁରିକାଳୀନ ଫୋନ୍‌ ନମ୍ବର ଅଧିନରେ କାର୍ୟ୍ୟ କରିବେ। ତତ୍‌କ୍ଷଣାତ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିଲେ ୧୦୮ କଣ୍ଟ୍ରୋଲ୍‌ ରୁମ୍‌ ନିକଟସ୍ଥ ଘରୋଇ ଆମ୍ବୁଲାନ୍ସଙ୍କୁ ସୂଚନା ଦେବେ। ତୁରନ୍ତ ଘରୋଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେବେ। ଘରୋଇ ଆମ୍ବୁଲାନ୍ସର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଥିଲେ।ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଠାରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱ ନେଇଥିବା ଜିଗିତ୍ସା ହେଲ୍‌ଥ କେୟାର ଲିଃ ସହିତ ରାଜ୍ୟ ସରକାରଙ୍କ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି ।