ଏହି ଅଭ୍ୟାସ ଆପଣଙ୍କୁ ଶୀଘ୍ର କରିଦେବ ବୁଢା
ଏହି ଅଭ୍ୟାସ ଆପଣଙ୍କୁ ଶୀଘ୍ର କରିଦେବ ବୁଢା
ବୟସ ବଢ଼ିବା ବା ବାର୍ଦ୍ଧକ୍ୟତାର ସଙ୍କେତ ଶରୀରରୁ ଜଣାପଡ଼େ । ବୟସ ବୃଦ୍ଧିର ସଙ୍କେତ ତ୍ୱଚାକୁ ଦେଖି ମଧ୍ୟ ଜାଣିହୁଏ । ହେଲେ କିଛି ଏମିତି ପରିବେଶୀୟ କାରକ ଅଛି , ଯାହା ଏଜିଂର ଚିହ୍ନକୁ ଦ୍ରୁତ କରି ଦେଇ ଥାଏ । ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। କିଛି ଏମିତି ଜିନିଷ ଅଛି ,ଯାହା ଆମେ ପ୍ରତିଦିନ କରୁଛେ, ଏଥିପାଇଁ ଏଜିଂ ସାଇନ୍ ( ବୟସ୍କତା) ଖୁବ୍ ଶୀଘ୍ର ଦେଖିବାକୁ ମିଳେ ।
ସାର୍ ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଡର୍ମେଟୋଲଜି ଡିପାର୍ଟମେଣ୍ଟରେ କନସଲଟେଣ୍ଟ ଡିର୍ମେଟୋଲଜିଷ୍ଟ ଓ ଭେନେରୋଲଜିଷ୍ଟ ଡା. ସୋନାଲି କୋହଲି ଏଚଟି ( ହିନ୍ଦୁସ୍ତାନ ଟାଇମ୍ସ) ସହ କଥାବାର୍ତ୍ତା ବେଳେ ଏହି ଅଭ୍ୟାସ ବିଷୟରେ କହିଛନ୍ତି , ଯାହା ଏହି ବାର୍ଦ୍ଧକ୍ୟର ଲକ୍ଷଣକୁ ଦ୍ରୁତ କରିପାରେ ।
୧- ଇନଫ୍ଲାମେଟୋରୀ ଡାଏଟ୍ ( ପ୍ରଦାହଜନକ ଖାଦ୍ୟ) – ଏଜିଙ୍ଗ୍ କଥା ଯଦି ଆସେ ତ ଆମର ଲାଇଫଷ୍ଟାଇଲ ଉପରେ ପ୍ରଶ୍ନ ଉଠେ । ସବୁଠୁ ଜରୁରୀ ଫ୍ୟାକ୍ଟର ଆମର ଖାଦ୍ୟପେୟ । ଏଥିରେ ମୂଳ ରୂପେ ଇନଫ୍ଲାମେଟୋରୀ ବା ନନ୍ ଇନଫ୍ଲାମେଟୋରୀ ଗୁଣ ଥାଏ । ଯେଉଁ ଲୋକ ଇନଫ୍ଲାମେଟୋରୀ ଡାଏଟ୍ (ଭେଜିଟେବଲ ଓ ସିଡ୍ ଅଏଲ , ସୁଗାର, ଅତ୍ୟଧିକ ମଦପାନ, ମାଂସ, କେକ୍ , ବ୍ରେଡ୍ , ସଫ୍ଟ ଡ୍ରିଙ୍କ୍ ଆଦି ଖାଦ୍ୟ) ଫଲୋ କରିଥାନ୍ତି , ତାଙ୍କୁ ପ୍ରଥମେ ଡେଡ୍ ସେଲ୍ସର ସାମ୍ନା କରିବାକୁ ପଡ଼ିପାରେ , କାରଣ କୋଶିକା ଗୁଡ଼ିକ ଟେଲୋମେରେଜ ନାମକ ଏଞ୍ଜାଇମର ପ୍ରଭାବରେ ଆସିଥାଏ , ଯାହା ସେଲୁଲର ବୟସ ବଢ଼ିବା ପାଇଁ ଦାୟୀ । ଇନଫ୍ଲାମେଟୋରୀ ଡାଏଟ୍ ଡାଇବେଟିସ , ମୋଟାସା , ଓ ହାର୍ଟ ଡିଜିଜ୍ ସମସ୍ୟା ବଢ଼ାଇପାରେ ।
୨– ସ୍ମୋକିଂ ଓ ଆଲକହଲ – ସ୍ମୋକିଂ ବା ଅତ୍ୟଧିକ ମଦ୍ୟପାନ ଓ ଖରାପ ଡାଇଟ୍ ଆମର ଶରୀରରେ ଅବସାଦ ଭରିଦେଇବା ସହ ଫୁଲାଇ ଦେଇଥାଏ । ଏହା ଆମର ଶରୀରକୁ ଅଧିକ ଆଲକାଲାଇନ୍ ଓ କମ୍ କ୍ଷାରୀୟ ମଧ୍ୟ କରିଥାଏ , ଯାହା ବୟସ ବୃଦ୍ଧିର ପ୍ରକ୍ରିୟାକୁ ଫାଷ୍ଟ କରିଥାଏ । ଆପଣଙ୍କୁ ଏମିତି ଡାଇଟ୍ ନେବା ଉଚିତ୍ ଯାହା ଆଣ୍ଟି ଅକ୍ସିଡେଣ୍ଟରେ ଭରପୂର ଥିବ , ଯାହା ଏକ ଆଣ୍ଟି-ଏଜିଙ୍ଗ୍ ତନ୍ତ୍ର ଭାବେ କାମ କରିବ। ଏହି ଖାଦ୍ୟ ଯାହା ଓମେଗା-୩ରେ ଭରପୂର ଥାଏ , ଯେମିତି ବାଦାମ , ସୁସ୍ଥ ତେଲ, ଏସବୁ ଆଣ୍ଟି –ଏଜିଙ୍ଗ୍ରେ ସାହାଯ୍ୟ କରିପାରେ।
୩- ସନସ୍କ୍ରିନର ବ୍ୟବହାର – ଗରମରେ ତ୍ୱଚାକୁ ଖରା ଓ ଧୂଳିରୁ ରକ୍ଷା କରିବା ପାଇଁ ବିଶେଷକରି ମହିଳା ମାନେ ସନସ୍କ୍ରିନ୍ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଆପଣଙ୍କ ତ୍ୱଚାକୁ କ୍ଷତି କରିପାରେ । ଠିକ୍ ଉପାୟରେ ଏହାକୁ ନଲଗେଇବା ଦ୍ୱାରା ଏହା ସୂର୍ୟ୍ୟଙ୍କର ହାନିକାରକ ରଶ୍ମୀରୁ ରକ୍ଷା କରିପାରେ ନାହିଁ , ଯାହାକୁ ତ୍ୱଚାକୁ ଖରାପ କରିଦେଇ ଥାଏ ।।
୪- ବ୍ୟାୟାମ ନକରିବା – ବ୍ୟାୟାମ କରିବା ଏକ ଭଲ ଅଭ୍ୟାସ । ଏହା ବାର୍ଦ୍ଧକ୍ୟ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ । ବ୍ୟାୟାମ ଆମର ମାଂସପେଶୀକୁ ଟୋନ୍ ଓ ଟେକ୍ସଚର କରି ରଖିବା ସହ ନୂଆ ମାଂସପେଶୀକୁ ଶକ୍ତ କରି ରଖିବାରେ ସାହାଯ୍ୟ କରିଥାଏ ।




admin 