ଏହା କରି ଆଖି ତଳ କଳାଦାଗ ଦୂର କରନ୍ତୁ

ଏହା କରି ଆଖି ତଳ କଳାଦାଗ ଦୂର କରନ୍ତୁ

ଏହା କରି ଆଖି ତଳ କଳାଦାଗ ଦୂର କରନ୍ତୁ
ମହିଳା ଓ ପୁରୁଷ ଉଭୟଙ୍କର ଅନେକ ସମୟରେ ଆଖିତଳ କଳାଦାଗ ସମସ୍ୟା ଦେଖାଯାଏ। ଘରୋଇ ଉପାୟରେ ଏଥିରୁ ରକ୍ଷା ପାଇହେବ। କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡ଼େ। – ଆଳୁ ରସକୁ ବାହାର କରି ଏକ ପାତ୍ରରେ ରଖିବେ। ତୁଳାରେ ସେହି ରସକୁ ନେଇ ଆଖି ଉପରେ ୫ ମିନିଟ୍ ରଖି ବିଶ୍ରାମ ନେବେ। ପ୍ରତିଦିନ ଏଇ ଉପାୟ କଲେ ସମସ୍ୟାର ସମାଧାନ ହୋଇଥାଏ। – କାକୁଡ଼ିକୁ ଗୋଲ ଆକାରରେ କାଟି ଆଖି ଉପରେ ରଖିଲେ ମଧ୍ୟ କଳା ଦାଗ କମ୍ ହେଉଥିବାର ଦେଖାଯାଇଛି। – ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ। – ବାହାରକୁ ଯିବା ପୂର୍ବରୁ ସନ୍‌ ଗ୍ଲାସ୍ ଲଗାଇବା ଜରୁରୀ। ବାହାରୁ ଆସିବା ପରେ ଥଣ୍ଡା ପାଣିରେ ଛିଟା ମାରନ୍ତୁ। – ଖରାରୁ ଆସିବା ପରେ ବରଫକୁ ନିୟମିତ ଆଖି ଚାରିପାଖେ ମାଲିସ୍ କଲେ ଲାଭ ମିଳେ।