ଟିଏମସିର ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

ଟିଏମସିର ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

ଟିଏମସିର ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ
କୋଲକାତା : ପୁଣି ଆରମ୍ଭ ହୋଇଯାଇଛି ପଶ୍ଚିମବଙ୍ଗରେ ରାଜନୀତିକ ଲଢେ଼ଇ । ବିଧାନସଭା ନିର୍ବାଚନ ପରେପରେ ସିବିଆଇ ସକ୍ରିୟ ହୋଇଯାଇଛି । ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ ମମତାଙ୍କ ସରକାରରେ ମନ୍ତ୍ରୀ ଥିବା ଫିରହାଦ ହାକିମ ଓ ସୁବ୍ରତ ମୁଖାର୍ଜୀ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ମଦନ ମିତ୍ରା ଓ କୋଲକାତା ମହାନଗର ନିଗମର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି । ସେମାନେ ଲାଂଚ ନେଇଥିଲେବୋଲି ସିବିଆଇ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟଯେ, ଆଜି ସକାଳୁ ସକାଳୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଯାଇଥିଲା । ମମତା ବାନାର୍ଜୀଙ୍କ ସରକାରର ମନ୍ତ୍ରୀ ଓ ଟିଏମସି ବିଧାୟକଙ୍କୁ ସିବିଆଇ ଅଟକ ରଖିଥିବାରୁ ସିବିଆଇ ଅଫିସ ସାମ୍ନାରେ ପହଁଚି ଯାଇଥିଲେ ମମତା ବାନାର୍ଜୀ । ନିଜ ସମର୍ଥକମାନଙ୍କ ସହ ମମତା ସେଠାରେ ଧାରଣା ଦେଇଥିଲେ । ଅପରପକ୍ଷରେ ତାଙ୍କୁ ଗିରଫ କରିବା ପାଇଁ ମମତା ସିବିଆଇକୁ ଆହ୍ୱାନ ଦେଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି । ମନ୍ତ୍ରୀଙ୍କୁ ଅଟକ ରଖିବା ସମ୍ପୂର୍ଣ୍ଣ ବେଆଇନ ବୋଲି ମମତା କହିଛନ୍ତି । ଅପରପକ୍ଷରେ ସିବିଆଇ ଅଫିସ ସାମ୍ନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ବର୍ଷ ତଳର ଏହି ମାମଲାର ସିବିଆଇ ତଦନ୍ତ କରୁଥିବାବେଳେ କୋର୍ଟରେ ଚାର୍ଜସିଟ ବି ଦାଖଲ କରିଛି । ଅପରପକ୍ଷରେ ଏହାକୁ ନେଇ ଟିଏମସି ସମର୍ଥକମାନେ ହଜାର ହଜାର ସଂଖ୍ୟାରେ ପହଁଚି ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି ।