ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ସାମନାକୁ ଆସିଲା ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ

ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ସାମନାକୁ ଆସିଲା ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ

ଏସିଏଫଓ ସୌମ୍ୟଙ୍କ ମୃତୁ୍ୟ ରହସ୍ୟ : ସାମନାକୁ ଆସିଲା ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ  ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ ସାମନାକୁ ଆସିଛି । 

  ତାହା ହେଲା ବିଦ୍ୟାଭାରତୀ ବଲାଙ୍ଗିରରେ ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ନେଉଥିଲେ ।  ଏନେଇ ଟ୍ରେନିଂ ଇନଷ୍ଟିଚୁ୍ୟଟ ମୁଖ୍ୟ ହେମନ୍ତ ପ୍ରଧାନ କହିଛନ୍ତି ଯେ,  ୨୦୧୯ରେ ପ୍ରାଣୀଧନ ନିରୀକ୍ଷକ ଇନଷ୍ଟିଚୁ୍ୟଟରେ ଟ୍ରେନିଂ ନେଉଥିଲେ ।  ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷା ପରେ ଇନଷ୍ଟିଚୁ୍ୟଟ ମୁଖ୍ୟଙ୍କ ଅନୁମତିରେ ଲଞ୍ଚ ଦେଇଥିଲେ ।  ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ ଦେବାକୁ ଚାହିଁଥିଲେ । ଏପ୍ରିଲ ୧୧ରେ ଲଞ୍ଚ ରେ ମଟନ ଓ ଚିକେନ ଦେଇଥିଲେ ବିଦ୍ୟା ।  ଲଞ୍ଚ ବାବଦକୁ ତାଙ୍କର ୧୨/୧୩ ହଜାର ଖର୍ଚ୍ଚ ହୋଇଥିବା  କହିଥିଲେ ।  ପରୀକ୍ଷା ପରେ ଏପ୍ରିଲ ୧୩ରେ ବିଦ୍ୟା ବାପା ଓ ମା’ଙ୍କ ସହ ପଳାଇଥିଲେ ।  ଏବେ ବି ବିଦ୍ୟାଭାରତୀ ଇନଷ୍ଟିଚୁ୍ୟଟର ଛାତ୍ରୀ ରହିଛନ୍ତି ବୋଲି   ଟ୍ରେନିଂ ଇନଷ୍ଟିଚୁ୍ୟଟ ମୁଖ୍ୟ ହେମନ୍ତ ପ୍ରଧାନ କହିଛନ୍ତି ।

ତେବେ ବଲାଙ୍ଗିରରେ   ବିଦ୍ୟାଭାରତୀଙ୍କ ବ୍ୟାଚେଲର ପାର୍ଟି ଅଭିଯୋଗ ପ୍ରସଙ୍ଗରେ  ଶ୍ରୀ ପ୍ରଧାନ କହିଛନ୍ତି ଯେ,  ବ୍ୟାଚେଲର ପାର୍ଟି କ’ଣ ମୁଁ ପ୍ରଥମେ ଶୁଣୁଛି ।  ବାହାଘର ସରିଥିବାରୁ ସାଥୀଙ୍କୁ ହଷ୍ଟେଲରେ ଭୋଜି ଦେବାକୁ ଚାହିଁଥିଲେ ।  ହଷ୍ଟେଲରେ ଭୋଜି ମନା । କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲି ।  ୨୦୨୧ ଏପ୍ରିଲ ୧୧ରେ ହଷ୍ଟେଲରେ ଲଞ୍ଚ ସ୍ପୋନସରିଂ କରିଥିଲେ ବିଦ୍ୟା ।  ଲଞ୍ଚରେ ସାଥୀ ସହପାଠୀଙ୍କୁ ସେ ମଟନ ଓ ଚିକେନ ଦେଇଥିଲେ ।