ଆରଟିଓରେ ୯ଲକ୍ଷ ଆବେଦନ

ଆରଟିଓରେ ୯ଲକ୍ଷ ଆବେଦନ

ଆରଟିଓରେ ୯ଲକ୍ଷ ଆବେଦନ
ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପାଇଁ ମୋଟ ୮ଲକ୍ଷ ୮୯ ହଜାର ଜଣ ଆବେଦନ କରିଥିବା ବିଧାନସଭାର ପ୍ରଶ୍ନକାଳରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତାଙ୍କ ସୂଚାନୁଯାୟୀ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୨୪ ଯାଏ ୮,୮୯,୦୯୩ଜଣ ଆବେଦନ କରିଥିଲେ । ଆବେଦନକାରୀଙ୍କ ମଧ୍ୟରୁ ୫,୨୫,୯୮୬ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି । ଡିଏଲ ପାଇଁ ୧,୪୪,୬୭୫ ଜଣ ଆବେଦନ କରିଥିବାବେଳେ ୯୫, ୨୬୬ଜଣଙ୍କୁ ମିଳିଛି । ଭୁବନେଶ୍ୱର ଆରଟିଓ-୧ରେ ୬୩,୦୨୭ ଲର୍ଣ୍ଣି ପାଇଁ ଆବେଦନ କରିଥିବାବେଳେ ୪୫, ୩୫୧ ଜଣ ପାଇଛନ୍ତି । ଆରଟିଓ-୧ରେ ଡିଏଲ ପାଇଁ ୧୨,୫୪୫ ଜଣ ଆବେଦନ କରିଥିବାବେଳେ ୮୧୦୨ଜଣ ପାଇଛନ୍ତି । ସେହିପରି ଭୁବନେଶ୍ୱର ଆରଟିଓ-୨ରେ ୩୧, ୬୩୭ଜଣ ଲର୍ଣ୍ଣିଂ ପାଇଁ ଆବେଦନ କରିଥିବାବେଳେ ୨୪,୯୮୭ଜଣ ପାଇଛନ୍ତି । ସେହିପରି ଆରଟିଓ-୨ରେ ଡିଏଲ ପାଇଁ ୭୧୦୯ ଜଣ ଆବେଦନ କରିଥିବାବେଳେ ୫୫୦୫ ଜଣ ପାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।