ଏସସିବିର ପୁଣି ୮ ହାଉସସର୍ଜନଙ୍କୁ କରୋନା

ଏସସିବିର ପୁଣି ୮ ହାଉସସର୍ଜନଙ୍କୁ କରୋନା

ଏସସିବିର ପୁଣି ୮ ହାଉସସର୍ଜନଙ୍କୁ କରୋନା
କଟକ: କଟକ ବଡ଼ ଡାକ୍ତରଖାନାରୁ ଗୋଟିଏ ଦିନରେ ୮ ଜଣ ହାଉସସର୍ଜନଙ୍କ ସମେତ ୧୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏସସିବିରେ ୩୬ ଜଣ ଡାକ୍ତର କରୋନା ସଂକ୍ରମିତ ହେବା ସହ ୬୨ ରୁ ଅଧିକ ସ୍ୱାସ୍ଥ୍ୟକର୍ମଚାରୀ ସଂକ୍ରମିତ ହେଲେଣି । ଏହା ଏସସିବି ପାଇଁ ଉଦବେଗଜନକ ପରସ୍ଥିତି ସୃଷ୍ଟି କଲାଣି । କେବଳ ସେତିକି ନୁହେଁ, ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ୩ ଜଣ, କରୋନା ନୋଡାଲ ଅଫିସରଙ୍କ କାର୍ଯ୍ୟାଳୟର ସୁରକ୍ଷାକର୍ମୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏସସିବି ହଷ୍ଟେଲରୁ ପାଖାପାଖି ୨୮୨ ଜଣ ହାଉସସର୍ଜନ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେଥିରୁ ୮ ଜଣ ହାଉସସର୍ଜନ ଓ ୨ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏଭଳି ସ୍ଥିତିରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏସସିବିର ଟ୍ରାନ୍ସଫୁ୍ୟଜନ ମେଡିସିନ ବିଭାଗର ୪ ଜଣ, ନିଶ୍ଚେତକ ବିଭାଗର ୩ ଜଣ, ଦନ୍ତ ବିଭାଗର ୩ ଜଣ, ମେଡିସିନ, ନୁ୍ୟରୋସର୍ଜରି, ପଲମୁ୍ୟନାରି ମେଡିସିନ, ହୃଦରୋଗ ବିଭାଗ, ସର୍ଜରି, ଚର୍ମରୋଗ ବିଭାଗ, ହାଉସସର୍ଜନ ଡାକ୍ତରଙ୍କୁ ମିଶାଇ ୩୬ ଜଣରୁ ଅଧିକ ଡାକ୍ତର ସଂକ୍ରମିତ ହେଲେଣି । ଅନ୍ୟ ପଟେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ୩ ଜଣ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି ।