ଏସଏଚଜି ମା’ମାନଙ୍କୁ ଅପମାନିତ କରୁଛି ବିଜେପି, ଅଭିଯୋଗ ଆଣିଲା ବିଜେଡି

ଏସଏଚଜି ମା’ମାନଙ୍କୁ ଅପମାନିତ କରୁଛି ବିଜେପି, ଅଭିଯୋଗ ଆଣିଲା ବିଜେଡି

ଏସଏଚଜି ମା’ମାନଙ୍କୁ ଅପମାନିତ କରୁଛି ବିଜେପି, ଅଭିଯୋଗ ଆଣିଲା ବିଜେଡି

ଭଦ୍ରକ, ୨୬/୧୦/୨୦୨୨: ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ପ୍ରଚାର ଚାଲିଥିବା ବେଳେ ବିଜେପି ଉଦେ୍ଧଶ୍ୟ ପ୍ରଣୋଦିତ ଭାବେ ଜଣେ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବଣ୍ଟା କରାଇଥିବା ଆମ ଦୃଷ୍ଟିକୁ ଆସିଛି ।ଏଭଳି ଷଡ଼ଯନ୍ତ୍ର କରି ବିଜେପି ସ୍ୱାଭିମାନୀ ଧାମନଗର ମାଟିର ଏସ୍ଏଚ୍ଜି ମହିଳାମାନଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛି । ବିଜେପିର ଏହି ଅଭିସନ୍ଧି ମୂଳକ ହୀନ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେଡ଼ି ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ସେ ଆହୁରି କହିଛନ୍ତି ଯେ ବିଜୁ ଜନତା ଦଳ ସବୁବେଳେ ଏସ୍ଏଚ୍ଜିର ମା’ମାନଙ୍କୁ ସମ୍ମାନ କରେ ଏବଂ ସେମାନଙ୍କର ଉନ୍ନତି ଲାଗି ଦିନରାତି କାମ କରିଆସୁଛି । ମା’ମାନେ ମଧ୍ୟ ସବୁ ନିର୍ବାଚନରେ ଆମ ଦଳକୁ ଆଶୀର୍ବାଦ କରିଆସିଛନ୍ତି । ଧାମନଗର ଉପନିର୍ବାଚନରେ ମଧ୍ୟ ଏହା ପୁନର୍ବାର ହେବାକୁ ଯାଉଥିବାରୁ ଏଥିରେ ଆତଙ୍କିତ ହୋଇ ବିଜେପି ଏଭଳି ହୀନ ରାଜନୀତି କରୁଛି । ରାଜନୀତିକୁ ରାଜନୀତି ଭଳି କରାଯାଉ । ବିଜେପି  ଏସଏଚଜି ମହିଳାମାନଙ୍କୁ ଅପମାନିତ କରି ରାଜନୀତିକୁ କଳୁଷିତ ନ କରୁ । ନଚେତ୍ ଧାମନଗରର ଏସଏଚଜି ମା’ମାନଙ୍କୁ ଅପମାନିତ କରୁଛି ବିଜେପି: ପ୍ରଣବ ବଳବନ୍ତରାୟ ମା’ମାନେ ହିଁ ଏହି ଉପନିର୍ବାଚନରେ ବିଜେପିକୁ ଉଚିତ୍ ଜବାବ ଦେବେ ।

 ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ କହିଛନ୍ତି ଯେ ଧାମନଗରବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସେବା ଓ ବିକାଶଧାରା ସହ ଯୋଡ଼ି ହୋଇ ରହିଛନ୍ତି । ତେଣୁ ସବୁ ନିର୍ବାଚନମଣ୍ଡଳୀ ଭଳି ଏଠି ମଧ୍ୟ ବିକାଶ ସପକ୍ଷରେ ଭୋଟ ପଡ଼ିବ । ଆଉ ଏଠାରେ ଆମ ଦଳର ପ୍ରାର୍ଥୀ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ।ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ ଓ ଅମିତ୍ ମଲ୍ଲିକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।