ଏଭଳି କଠିନ ପରିସ୍ଥିତିରେ ବି ଆମେ ଧୈର୍ଯ୍ୟ ହରାଇବା ନାହିଁ : ପ୍ରଧାନମନ୍ତ୍ରୀ

ଏଭଳି କଠିନ ପରିସ୍ଥିତିରେ ବି ଆମେ ଧୈର୍ଯ୍ୟ ହରାଇବା ନାହିଁ : ପ୍ରଧାନମନ୍ତ୍ରୀ

ଏଭଳି କଠିନ ପରିସ୍ଥିତିରେ ବି ଆମେ ଧୈର୍ଯ୍ୟ ହରାଇବା ନାହିଁ : ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଂକ୍ରାନ୍ତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତିଯେ, କରୋନାର ଦ୍ୱିତୀୟ ଲହର ଝଡ଼ ପରି ମାଡ଼ିଆସିଛି । କରୋନା ବିପକ୍ଷରେ ଦେଶ ବଡ଼ ଯୁଦ୍ଧ ଲଢୁଛି । ଏଭଳି କଠିନ ପରିସ୍ଥିତିରେ ବି ଆମେ ଧୈର୍ଯ୍ୟ ହରାଇବା ନାହିଁ । ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଜାରି ରଖିଛି । ଅକ୍ସିଜେନର ଆବଶ୍ୟକତା ବଢ଼ି ଚାଲିଥିବାବେଳେ ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ଅକ୍ସିଜେନ ଯୋଗାଣ ପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଭାରତରେ ଯେତିକି ଟିକା ଉପôାଦନ ହେବ ସେଥିରୁ ଅଧା ରାଜ୍ୟ ଓ ଅନ୍ୟ ହସପିଟାଲଗୁଡ଼ିକୁ ପ୍ରଦାନ କରାଯିବ । ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ପାଇଁ ଟିକାକରଣ ଦ୍ରୁତ ଗତିରେ ଜାରିରହିବ । ପୂର୍ବଭଳି ସରକାରୀ ହସପିଟାଲରେ ମାଗଣା ଟିକା ମିଳିବ ବୋଲି ମୋଦି କହିଛନ୍ତି । ସେହିପରି ଶ୍ରମିକମାନେ ଧୈର୍ଯ୍ୟ ରଖିବା ଦରକାର । ସେମାନେ ଯେଉଁଠି ଅଛନ୍ତି ସେଠାରେ ହିଁ ରହିଥା’ନ୍ତୁ । ସେହିସ୍ଥାନରେ ସେମାନଙ୍କୁ ଟିକା ମଧ୍ୟ ପ୍ରଦାନ କରାଯିବ । ହସପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । କେତେକ ସହରରେ ବଡ଼ କୋଭିଡ଼ ହସପିଟାଲ ନିର୍ମାଣ କରାଯାଇଛି । ଆମ ପାଖରେ ବହୁ ମାତ୍ରାର ପିପିଇ କିଟ ରହିଛି । ଟେଷ୍ଟିଂ ସୁବିଧା ବି ନିରନ୍ତର ବୃଦ୍ଧି କରାଯାଉଛି । ଦେଶରେ ବହୁତ ବଡ଼ ବଡ଼ ଔଷଧ ନିର୍ମାତାମାନେ ଅଛନ୍ତି । ସେହିପରି ରାଜ୍ୟ ସରକାରମାନେ ପ୍ରଥମେ ଲକଡାଉନରୁ ସୁରକ୍ଷା ପାଇଁ ପ୍ରୟାସ କରନ୍ତୁ । ତରବରିଆ ଭାବେ ଲକଡାଉନ କରାନଯାଉ । ମାଇକ୍ରୋ କଂଟେନମେଂଟ ଜୋନ କରି ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରୟାସ କରାଯିବା ଦରକାର । ଲୋକଙ୍କ ଜୀବିକାର ସୁରକ୍ଷା ସହ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବା ଉଚିତ ବୋଲି ମୋଦି କହିଛନ୍ତି ।