ଏବର୍ଷ କିଏ ପାଇବେ ଶାରଳା ପୁରସ୍କାର ଜାଣନ୍ତୁ

ଏବର୍ଷ କିଏ ପାଇବେ ଶାରଳା ପୁରସ୍କାର ଜାଣନ୍ତୁ

ଏବର୍ଷ କିଏ ପାଇବେ ଶାରଳା ପୁରସ୍କାର ଜାଣନ୍ତୁ

ଭୁବନେଶ୍ୱର: ଶାରଳା ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଏବଂ ସାମ୍ୱାଦିକ ଡ. ଗୌରହରି ଦାସ। ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ୪୩ ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ। ତାଙ୍କର ଏହି ପୁସ୍ତକ ୨୦୧୮ ମସିହାରେ ପ୍ରକାଶିତ ହୋଇଥିଲା। ଅକ୍ଟୋବର ୨୬ ତାରିଖରେ ଗୌରହରି ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ।ଏଥିପାଇଁ ତାଙ୍କୁ ମାନପତ୍ର ସହ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।      
ଗୌରହରି ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇସାରିଛନ୍ତି। ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ଜୁଆର ଭଟ୍ଟା’ ୧୯୮୧ ମସିହାରେ ପ୍ରକାଶ ପାଇଥିଲା। 
ଅନ୍ୟପଟେ ଇଲା-ବଂଶୀଧର ପଣ୍ଡାଙ୍କୁ କଳା ସମ୍ମାନ ପ୍ରଦାନ ନେଇ ମଧ୍ୟ ଘୋଷଣା ହୋଇଛି। ୨୦୨୨ ପାଇଁ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଓ ଓଡ଼ିଶୀ ସଂଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ପ୍ରଦାନ କରାଯିବ। ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବ।