ଏଥର ବଦଳାଇ ହେବ ଦାନ୍ତର ରଙ୍ଗ

ଏଥର ବଦଳାଇ ହେବ ଦାନ୍ତର ରଙ୍ଗ

ଏଥର ବଦଳାଇ ହେବ ଦାନ୍ତର ରଙ୍ଗ


ଭୁବନେଶ୍ୱର: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ପୁଅ ହୁଅନ୍ତୁ ବା ଝିଅ ସୁନ୍ଦର ଓ ଆକର୍ଷଣୀୟ କରିଥାଏ ମୁହଁରେ ହସ । ଦାନ୍ତ ସୁନ୍ଦର ହେଲେ ହସିବାକୁ ମଧ୍ୟ ଲୋକେ ଭଲ ପାଆନ୍ତି । ନଚେତ କିଛି ଲୋକ ନିଜ ଦାନ୍ତ ପାଇଁ ଖୋଲା ଖୋଲି ହସିବାକୁ କୁଣ୍ଠାବୋଧ କରନ୍ତି । ସମସ୍ତେ ଚାହାଁନ୍ତି ଯେ ତାଙ୍କ ଦାନ୍ତ ମୋତି ପରି ଚକ୍‌ଚକ୍‌ କରୁ । କେତେଜଣଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ଅନ୍ୟ କାହାର ଖାଦ୍ୟପାନୀୟ କାରଣରୁ ଦାନ୍ତର ରଙ୍ଗ ମଳିନ ପଡେ଼ ।

ଏବେ ଏକ ପ୍ରକାର ଉନ୍ନତ ଦାନ୍ତ ଚିକିତ୍ସା ଆରମ୍ଭ ହୋଇଛି, ତାହାର ନାମ ‘କ୍ରୋମା ଚିକିତ୍ସା’ । ଏହି ଉପାୟରେ ଦାନ୍ତର ଯତ୍ନ ନେଲେ ଦାନ୍ତର ରଙ୍ଗ ବି ବଦଳିଯାଉଛି । ଏମିତିକି ନିଜ ପୋଷାକ ରଙ୍ଗ ସହ ଖାପଖୁଆଇ ଦାନ୍ତକୁ ରଙ୍ଗ କରିପାରିବେ । ୧୦ ପ୍ରକାର ରଙ୍ଗରେ ତାହା ଉପଲବ୍ଧ । ଠିକ୍‌ ନେଲ୍‌ପଲିସ୍‌ ଭଳି ସେହି ରଙ୍ଗକୁ ଦାନ୍ତରେ ଲଗାଇବେ, ୨୪ଘଣ୍ଟା ପର୍ଯ୍ୟନ୍ତ ଦାନ୍ତରେ ସେହି ରଙ୍ଗ ରହିବ । ତା’ ପରେ ଆପେଆପେ ଛାଡିଯିବ । ଏହି ଦାନ୍ତ ରଙ୍ଗ ଶତପ୍ରତିଶତ ସୁରକ୍ଷିତ ବୋଲି କମ୍ଫାନୀ ତରଫରୁ କୁହାଯାଇଛି । ଦାନ୍ତରେ ରଙ୍ଗ ଲାଗିଥିବା ସମୟରେ ଖାଇବା ପିଇବା କରିହେବ । ୧୦ପ୍ରକାର ଦାନ୍ତ ରଙ୍ଗ ଭିତରୁ ଗୋଲାପୀ, ନୀଳ ରଙ୍ଗ ଅଧିକାଂଶ ପସନ୍ଦ କରୁଛନ୍ତି । ରଙ୍ଗିନ ଦାନ୍ତ ରଙ୍ଗ ମୂଲ୍ୟ ପ୍ୟାକେଟ୍‌ ପିଛା ୧୮୫୦ ଟଙ୍କାରୁ ଆରମ୍ଭ ।