ଏଥର କର୍ମକ୍ଷେତ୍ରରେ ୫ ମିନିଟର ଯୋଗ ବିରତି ...

ଏଥର କର୍ମକ୍ଷେତ୍ରରେ ୫ ମିନିଟର ଯୋଗ ବିରତି ...

ଏଥର କର୍ମକ୍ଷେତ୍ରରେ ୫ ମିନିଟର ଯୋଗ ବିରତି ...
ନୂଆଦିଲ୍ଲୀ - ସରକାରୀ ଏବଂ କର୍ପୋରେଟ୍ ସଂସ୍ଥାରେ କର୍ମଚାରୀମାନଙ୍କୁ ୫ ମିନିଟ୍ ଯୋଗ ବିରତି ଦିଆଯିବ । କର୍ମକ୍ଷେତ୍ରରେ ଅବସାଦ ଦୂର କରିବା ପାଇଁ ତଥା କର୍ମଚାରୀମାନଙ୍କୁ ଅଧିକ ସକି୍ରୟ କରିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଏଭଳି ବ୍ୟବସ୍ଥା ପ୍ରଚଳନ କରିବାକୁ ଯୋଜନା କରିଛି । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ଖ୍ୟାତିନାମା ଯୋଗ ବିଶେଷଜ୍ଞ ଏବଂ ମୋରାରଜୀ ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ମିଳିତ ଭାବେ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାକୁ ୱାଇ ବିରତି ବା ଯୋଗ ବିରତି ନାମରେ ନାମିତ କରାଯାଇଛି । ମନ୍ତ୍ରଣାଳୟର ଜନୈକ ବରିଷ୍ଠ ଅଧିକାରୀଙ୍କ ମୁତାବକ ଟାଟା କେମିକାଲ୍ସ ଏବଂ ଏକ୍ସିସ ବ୍ୟାଙ୍କ ଭଳି ଦେଶର ପ୍ରମୁଖ ୧୫ଟି ଅଗ୍ରଣୀ ସଂସ୍ଥା ନିଜ କର୍ମଚାରୀମାନଙ୍କୁ ୱାଇ ବିରତି ସୁବିଧା ପ୍ରଦାନ କରିବାକୁ ସ୍ୱେଚ୍ଛାକୃତ ଭାବେ ଆଗ୍ରହ ପ୍ରକାଶ କରିଛନ୍ତି । ୱାଇ ବିରତିରେ କର୍ମଚାରୀମାନଙ୍କୁ କେତେକ ସରଳ ଯୋଗ ସମ୍ପର୍କରେ ତାଲିମ ଦିଆଯିବ । ଏହା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଏବଂ କର୍ପୋରେଟ ସଂସ୍ଥାମାନଙ୍କରେ ୩୦ ମିନିଟ ଯୋଗ ବିରତି ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଅଧିକାଂଶ ସଂସ୍ଥା ଏତେ ସମୟ ପର୍ଯ୍ୟନ୍ତ ଯୋଗ ବିରତି ପ୍ରଦାନକରିବାକୁ ମନା କରିଦେଇଥିଲେ । ୱାଇ ବିରତି ଯୋଜନା ସମ୍ପର୍କର୍ରେ ମନ୍ତ୍ରଣାଳୟ ପକ୍ଷରୁ ୩ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ୧୦ ଜଣ ଖ୍ୟାତନାମା ଯୋଗ ବିଶେଷଜ୍ଞ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ଏଭଳି ପଦକ୍ଷେପ ଯୋଗୁଁ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ଘଟିବା ସହ ଶରୀର ସୁସ୍ଥ ରହିବ ବୋଲି ଯୋଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।