ଏଣିକି ରାଜଧାନୀବାସୀ ସହଜରେ ପାଇପାରିବେ ଜନ୍ମ ଏବଂ ମୃତ୍ୟୁ ସାର୍ଟିଫିକେଟ୍‌

ଏଣିକି ରାଜଧାନୀବାସୀ ସହଜରେ ପାଇପାରିବେ ଜନ୍ମ ଏବଂ ମୃତ୍ୟୁ ସାର୍ଟିଫିକେଟ୍‌

ଏଣିକି ରାଜଧାନୀବାସୀ ସହଜରେ ପାଇପାରିବେ ଜନ୍ମ ଏବଂ ମୃତ୍ୟୁ ସାର୍ଟିଫିକେଟ୍‌

ଭୁବନେଶ୍ୱର: କରୋନା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ ଅଯଥା ଗହଳିକୁ ମନା କରାଯାଉଛି । ଏଥିସହ ଅଧିକାଂଶ କାମ ପାଇଁ ବିଭିନ୍ନ ଅଫିସକୁ ମଧ୍ୟ ଲୋକଙ୍କୁ ଆସିବାକୁ ମନା କରାଯାଉଛି । ତେବେ ଏହାରି ଭିତରେ ରାଜଧାନୀବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି ।   

ରାଜଧାନୀବାସୀ ଏଣିକି ସହଜରେ ଜନ୍ମ ଏବଂ ମୃତ୍ୟୁ ସାର୍ଟିଫିକେଟ୍‌ ପାଇପାରିବେ । ଘରେ ବସି ଅନ୍‌ଲାଇନ୍‌ରେ ଆବେଦନ କରିବା ସହ ଅନ୍‌ଲାଇନ୍‌ରେ ସାର୍ଟିଫିକେଟ୍‌ ପାଇବେ । ଏନେଇ ସେମାନଙ୍କୁ ବିଏମ୍‌ସି ଅଫିସ ଯିବାକୁ ପଡିବନି । ୱେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ କରିବା ପରେ ସେମାନଙ୍କୁ ଏହି ସାର୍ଟିଫିକେଟ୍‌ ଯୋଗାଇ ଦିଆଯିବ । ଏନେଇ ଆଜି ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।