ଏକାଠି ହେଲେ ସୌମ୍ୟ ଓ ଭର୍ତୃହରି, ଟାର୍ଗେଟରେ ବିଜେଡି !

ଏକାଠି ହେଲେ ସୌମ୍ୟ ଓ ଭର୍ତୃହରି, ଟାର୍ଗେଟରେ ବିଜେଡି !

ଏକାଠି ହେଲେ ସୌମ୍ୟ ଓ ଭର୍ତୃହରି, ଟାର୍ଗେଟରେ ବିଜେଡି !

ଭୁବନେଶ୍ୱର : ବିଜେଡ଼ିରେ ଯାହା ଚାଲୁଛି ତାହା ଏବେ ଅନେକ ନେତାଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଲାଣି  । ଦଳରେ ପୁରୁଖା ନେତାମାନଙ୍କୁ ଗୁରୁତ୍ୱ ଦିଆଯାଉନଥିବା ଦେଖିବାକୁ ମିଳୁଛି  । ଯାହାକୁ ନେଇ କେତେକ ନେତା ବାଧ୍ୟରେ ନୀରବ ରହିଥିବାବେଳେ ଅନ୍ୟ କେତେକ ନେତା ସ୍ୱର ଉତୋଳନ ଆରମ୍ଭ କରିଦେଲେଣି  । ବିଶେଷକରି ଦଳର ଦୁଇ ବରିଷ୍ଠ ନେତା ତଥା ଖବରକାଗଜ ସମ୍ପାଦକ ନିଜର ଲେଖା ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରି ଆସୁଥିବା ଦେଖିବାକୁ ମିଳୁଛି  । 

ଜଣେ ହେଉଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ଅନ୍ୟ ଜଣେ ହେଉଛନ୍ତି ଭର୍ତୃହରି ମହତାବ  । ଉଭୟ ନେତା ଅନେକ ଦିନ ଧରି ବିଜେଡ଼ି ସୁପ୍ରିମୋ ଏବଂ ଦଳ ଓ ସରକାରର ଦୋଷତ୍ରୁଟି ବିରୋଧରେ ସମାଲୋଚନା କରିବାକୁ ପଛାଉନାହାନ୍ତି  । ଦଳର କେତେକ ନେତାଙ୍କ କହିବାନୁଯାୟୀ ଉଭୟ ନେତା ଏବେ ଦଳ ଉପରେ ଭୀଷଣ କ୍ଷୁବ୍ଧ  । ଗୋଟିଏ ପଟେ ସୌମ୍ୟବାବୁଙ୍କୁ ମନ୍ତ୍ରୀ କରାଯାଉନଥିବାବେଳେ ଅପରପକ୍ଷରେ ସଂସଦରେ ମହତାବଙ୍କୁ ଗୌଣ କରି ଦିଆଯାଇଛି  । ତେଣୁ ଏବେ ସେମାନେ ଖୁଲମଖୁଲା ବିରୋଧ କରିବା ଆରମ୍ଭ କରିଛନ୍ତି  ।

ପ୍ରଜାତନ୍ତ୍ର ଉତ୍ସବରେ ଉଭୟ ନେତା ନିଜ ଦଳର ନେତାଙ୍କୁ ଟାର୍ଗେଟ କରି ଏହା ପୁଣିଥରେ ପ୍ରମାଣିତ କରିଦେଇଛନ୍ତି  ।  ଉକ୍ତ ଉତ୍ସବରେ ସୌମ୍ୟ କହିଥିଲେଯେ, ଆମ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଆଖି  । ଜଣେ ବବି ବାବୁ ଓ ଅନ୍ୟ ଜଣେ ମହାପାତ୍ର ବାବୁ  । ବବି ବାବୁ ଦଳ ଭିତରେ କ’ଣ ଚାଲିଛି ସେ ସୂଚନା ଦେବାକୁ ଅଛନ୍ତି  । ଅନ୍ୟ ଜଣେ ବ୍ୟବସ୍ଥାପିକା ସମ୍ପର୍କରେ କହିବାକୁ ଅଛନ୍ତି  । ଏମାନେ ଯଦି କାଉକୁ ଧଳା କହିବେ ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କରିନେବେ  । ସେହିପରି ସାଂସଦ ଭର୍ତୃହରି ମହତାବ କହିଥିଲେଯେ, ଭିନ୍ନମତକୁ ସମ୍ମାନ ଦେବା ଜରୁରୀ  । ଗଠନମୂଳକ ସମାଲୋଚନାକୁ ସ୍ୱୀକାର କରାଯିବା ଉଚିତ  । ଯଦି ଚାପ ପକାଇ ଆମକୁ ଚୁପ କରିଦିଆଯାଏ ସେଠାରେ ଆମେ ମୁହଁ ବନ୍ଦ କରିବା ସତ, କିନ୍ତୁ ମୁଣ୍ଡକୁ ବନ୍ଦ କରିପାରିବା କି ବୋଲି ପ୍ରଶ୍ନ କରିଥିଲେ  ।