ଏଏନଏମ ଆନେ୍ଦାଳନସ୍ଥଳରୁ ୩ ଜଣଙ୍କୁ ଗିରଫ

ଏଏନଏମ ଆନେ୍ଦାଳନସ୍ଥଳରୁ ୩ ଜଣଙ୍କୁ ଗିରଫ

ଏଏନଏମ ଆନେ୍ଦାଳନସ୍ଥଳରୁ ୩ ଜଣଙ୍କୁ ଗିରଫ
ଭୁବନେଶ୍ୱର: ଲୋୟର ପିଏମଜିରେ ଚାଲିଥିବା ଏଏନଏମ ଆନେ୍ଦାଳନସ୍ଥଳରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଆନେ୍ଦାଳନର ନେତୃତ୍ୱ ନେଉଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ କେ. ଅଶ୍ୱିନୀ ଦୋରା, ସନ୍ତୋଷ ସାହୁ ଓ ରାଜକିଶୋର ଅଡୀରି । ସେମାନେ ଚାକିରି ସ୍ଥାୟୀ କରାଯିବାକୁ କହି ଆନେ୍ଦାଳନରତ ଏଏନଏମଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି । ଜଣପିଛା ୧୫ ହଜାର ଟଙ୍କା ଆଦାୟ କରାଯାଉଥିବାବେଳେ ଟାର୍ଗେଟ ୧ କୋଟି ଥିବା ଡିସିପି କହିଛନ୍ତି । ଅନ୍ୟପକ୍ଷରେ ଆନେ୍ଦାଳନରତ ସ୍ୱାସ୍ଥ୍ୟ କର୍ମୀଙ୍କୁ ବିଦା କରିବାକୁ ପଦକ୍ଷେପ ନିଆଯାଇଛି । ଲୋୟର ପିଏମଜିରୁ ସେମାନଙ୍କୁ ତଡ଼ିବା ପାଇଁ ପୁଲିସ ପଦକ୍ଷେପ ଗ୍ରହଣ କରିଛି । ଜାଗା ଛାଡ଼ିବା ଲାଗି ମାଇକ ଯୋଗେ ପ୍ରଚାର କରାଯାଇଛି ।