ଋାମ ମନ୍ଦିର ଜାତୀୟ ଏକତାର ଏକ ଅବିଚ୍ଛେଦ୍ୟ ଅଙ୍ଗ : ପ୍ରିୟଙ୍କା

ଋାମ ମନ୍ଦିର ଜାତୀୟ ଏକତାର ଏକ ଅବିଚ୍ଛେଦ୍ୟ ଅଙ୍ଗ : ପ୍ରିୟଙ୍କା

ଋାମ ମନ୍ଦିର ଜାତୀୟ ଏକତାର ଏକ ଅବିଚ୍ଛେଦ୍ୟ ଅଙ୍ଗ : ପ୍ରିୟଙ୍କା
ନୂଆଦିଲ୍ଲୀ : ଆସନ୍ତା କାଲି ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ । ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିଜର ମତ ରଖିଛନ୍ତି । ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ରାମ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରିୟଙ୍କା ମତ ଦେଇଛନ୍ତି । ଜାତୀୟ ଏକତା, ଭାଇଚାରା ଏବଂ ସାଂସ୍କୃତିକ ସୁରକ୍ଷା ଦୃଷ୍ଟିରୁ ରାମ ମନ୍ଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ଟ୍ୱିଟ କରିଛନ୍ତି । ଭୂମି ପୂଜନର ଗୋଟିଏ ଦିନ ପୂର୍ବରୁ ପ୍ରିୟଙ୍କା ଏହି ମତ ଦେବା ସହିତ ଭଗବାନ ରାମଙ୍କ ଆଶୀର୍ବାଦ ସମଗ୍ର ଦେଶବାସୀଙ୍କୁ କରୋନାର ବିପତ୍ତିରୁ ଉଦ୍ଧାର କରିବ ବୋଲି ପ୍ରିିୟଙ୍କା କହିଛନ୍ତି । ଭଗବାନ ଶ୍ରୀରାମ ସମସ୍ତ ଜାତି ଏବଂ ଧର୍ମରୁ ଉଦ୍ଧ୍ୱର୍ରେ ବୋଲି ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୧୭୫ ଜଣଙ୍କୁ ଆମନ୍ତ୍ରଣ କରାଯାଇଛି । ଗତକାଲି କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂ ଅଶୁଭ ସମୟରେ ଭୂମି ପୂଜନ କରାଯାଉଥିବା ଅଭିଯୋଗ କରି ମୋଦିଙ୍କୁ ସମାଲୋଚନା କରିଥିଲେ ।