ଉର୍ମିଳା ‘ସଫ୍ଟ ପର୍ଣ୍ଣ ଅଭିନେତ୍ରୀ’: କଙ୍ଗନା

ଉର୍ମିଳା ‘ସଫ୍ଟ ପର୍ଣ୍ଣ ଅଭିନେତ୍ରୀ’: କଙ୍ଗନା

ଉର୍ମିଳା ‘ସଫ୍ଟ ପର୍ଣ୍ଣ ଅଭିନେତ୍ରୀ’: କଙ୍ଗନା
ବିଗତ ଦିନର ସୁନ୍ଦରୀ ଓ ପ୍ରତିଭାବାନ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକରଙ୍କୁ ସଫ୍ଟ ପର୍ଣ୍ଣ ଅଭିନେତ୍ରୀ କହିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ଉର୍ମିଳା କେବେ ବି ନିଜ ଅଭିନୟ ପାଇଁ ଚର୍ଚ୍ଚତା ନୁହନ୍ତି ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ କଙ୍ଗନା ଦେଇଥିବା ଏଭଳି ମନ୍ତବ୍ୟକୁ ସାମାଜିକ ଗଣମାଧ୍ୟମରେ ଲୋକେ ନାପସନ୍ଦ କରିବା ସହ ସେ ନିଜ ସୀମାରେ ରହି କଥା କୁହନ୍ତୁ ବୋଲି ଚେତାଇ ଦେଇଛନ୍ତି । ବଲିଉଡର ଡ୍ରଗ୍ସ କାରବାର ନେଇ କଙ୍ଗନା ମନ୍ତବ୍ୟ ଦେବା ପରେ ଜୟା ବଚ୍ଚନଙ୍କ ସମେତ ବଲିଉଡର ବହୁ ଦିଗଗଜ କଳାକାର ଏହା ବିରୋଧରେ ସ୍ୱର ଉଠାଇଥିଲେ । ଏହି ମୌକାରେ ଉର୍ମିଳା ବି ଏହା ବିରୋଧରେ ସ୍ୱର ଉଠାଇଥିଲେ । ସେ କହିଥିଲେ କଙ୍ଗନା ଡ୍ରଗସ ସେବନ ବିରୋଧରେ ଯୁଦ୍ଧ ଲଢ଼ିବାକୁ ଚାହୁଁଛନ୍ତି । ତେବେ ସେ ପ୍ରଥମେ ନିଜ ରାଜ୍ୟ ହିମାଚଳ ପ୍ରଦେଶରୁ ଏହି ଅଭିଯାନ ଆରମ୍ଭ କରନ୍ତୁ । ବଲିଉଡରେ ଡ୍ରଗସ ଲିଙ୍କ ସମ୍ପର୍କରେ ତାଙ୍କ ପାଖରେ ଯାହା ବି ତଥ୍ୟ ଅଛି, ସେ ସବୁକୁ କଙ୍ଗନା ପୁଲିସକୁ ହସ୍ତାନ୍ତର କରନ୍ତୁ । ଏହା ବ୍ୟତୀତ କଙ୍ଗନାକୁ ଦିଆଯାଇଥିବା ୱାଇ + ସୁରକ୍ଷା ଉପରେ ବି ସେ ପ୍ରଶ୍ନ ଉଠାଇଥିଲେ । ସେହିପରି କଙ୍ଗନା ପାକ ଅଧିକୃତ କାଶ୍ମୀର ସହ ମୁମ୍ବାଇକୁ ତୁଳନା କରିଥିବାରୁ ଉର୍ମିଳା ଏଥିରେ ଉତକ୍ଷିପ୍ତ ହୋଇ କହିଥିଲେ ମୁମ୍ବାଇର ଝିଅ ହିସାବରେ ମୁଁ ଏଭଳି ଆପତ୍ତିଜନକ କଥାକୁ ଆଦୌ ବରଦାସ୍ତ କରିବି ନାହିଁ । ଏହା କେବଳ ମୁମ୍ବାଇ ନୁହେଁ, ପୁରା ମହାରାଷ୍ଟ୍ରର ଅପମାନ ବୋଲି ସେ କହିଥିଲେ ।