ଉମା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଯବାନ ଗୁରୁତର
ଉମା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଯବାନ ଗୁରୁତର
ଭୁବନେଶ୍ୱର: ମାଓ ସଂଗଠନରେ କରୋନା ନିଜର ତାଣ୍ଡବ ରଚି ବହୁ ମାଓବାଦୀଙ୍କ ଜୀବନ ନେଇସାରିଥିଲେ ହେଁ ମାଓବାଦୀ ନିଜ ରାସ୍ତାରୁ ହଟିବାର ନାମ ନେଉନାହାନ୍ତି । ବନ୍ଧୁକ ଛାଡ଼ି ସେମାନେ ମୁଖ୍ୟସ୍ରୋତରେ ସାମିଲ ହେଉନାହାନ୍ତି । ଯାହାର ପରିମାଣ ସ୍ୱରୂପ ଆଜି ବୌଦ୍ଧ-କନ୍ଧକାଳ ସୀମରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଉମା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି ।
ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ୮ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ହେଲାଣି ଗୁଳି ବିନିମୟ ଚାଲିଛି । ସବୁଠାରୁ ବଡ଼ କଥା ହେଲା ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏନେଇ ଆଇଜି ଅପରେସନ ଅମିତାଭ ଠାକୁର ସୂଚନା ଦେଇଛନ୍ତି ।




admin 