ଉପକୂଳ ଓଡ଼ିଶାରେ ମଧ୍ୟାହ୍ନରେ କମିବ ବର୍ଷା

ଉପକୂଳ ଓଡ଼ିଶାରେ ମଧ୍ୟାହ୍ନରେ କମିବ ବର୍ଷା

ଉପକୂଳ ଓଡ଼ିଶାରେ ମଧ୍ୟାହ୍ନରେ କମିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇଥିବାରୁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ଅନେକ ଅଂଚଳ ଜଳମଗ୍ନ ହୋଇଛି  । ଧିରେଧିରେ ଅବପାତ ଛତିଶଗଡ଼ ମୁହାଁ ହୋଇଥିବାବେଳେ ଦୁର୍ବଳ ହେବାରେ ଲାଗିଛି  । ଫଳରେ ମଧ୍ୟାହ୍ନ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା କମିବ ବୋଲି ଆକଳନ କରାଯାଇଛି  ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢେ଼ ୫ଟା ବେଳକୁ ଏହି ଅବପାତ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଘଂଟା ପ୍ରତି ୨୧ କିମି ବେଗରେ ଗତି କରୁଛି  । ଏବେ ଏହାର ପ୍ରକୋପ ଉତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତର ଛତିଶଗଡ଼ ସୀମାନ୍ତବର୍ତୀ ଜିଲ୍ଲାରେ ଦେଖିବାକୁ ମିଳୁଛି  । ଝାରସୁଗୁଡ଼ାର ପଶ୍ଚିମ-ଉତରପଶ୍ଚିମ ଦିଗରେ ୫୦ କିମି ଦୂରତାରେ ଅବପାତ କେନ୍ଦ୍ରୀଭୂତ ହୋଇଛି  । 

ଏହି ଅବପାତ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଗତି କରି ଉତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଅତିକ୍ରମ କରୁଛି  । ଫଳରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି  । ତେବେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଦୁର୍ବଳ ହେବବୋଲି ଆକଳନ କରାଯାଇଛି  ।