ଏହିସବୁ ସ୍ଥାନରେ ବଢୁଛି ନଦୀର ଜଳସ୍ତର

ଏହିସବୁ ସ୍ଥାନରେ ବଢୁଛି ନଦୀର ଜଳସ୍ତର

ଏହିସବୁ ସ୍ଥାନରେ ବଢୁଛି ନଦୀର ଜଳସ୍ତର

ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ଗତ ତିନିଦିନ ଧରି ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି  । ମହାନଦୀ, ଦେବୀ, ଇବ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି  । ଯଦି ଆଉ କେଇ ଘଂଟା ବର୍ଷା ଲାଗିରହିବ ତେବେ ବନ୍ୟାର ବି ଆଶଙ୍କା ରହିଛି  ।

ମିଳିଥିବା ତଥ୍ୟ ଅନୁଯାୟୀ, ନରାଜ ଠାରେ ମହାନଦୀର ଜଳସ୍ତର ୨୩.୭୮ ଥିବାବେଳେ ଆଳି ଠାରେ ଦେବୀ ନଦୀର ଜଳସ୍ତର ୩.୮ ରହିଛି  । ତେବେ କୁଶଭଦ୍ରା ଠାରେ ନଦୀର ଜଳସ୍ତର ଖସିବାରେ ଲାଗିଛି  । ନିମାପଡ଼ା ଠାରେ ଏବେ ଜଳସ୍ତର ୫.୩୮ ରହିଛି  । ସୁନ୍ଦରଗଡ଼ ଠାରେ ଇବ ନଦୀର ଜଳସ୍ତର ୨୧୭.୪୨ ରହିଥିବାବେଳେ ପାନପୋଷ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୭୩.୧୮ ରହିଛି  । ଅପରପକ୍ଷରେ ଜେନାପୁର ଠାରେ ନଦୀର ଜଳସ୍ତର ୨୧.୪ ରହିଥିବାବେଳେ ଆନନ୍ଦପୁର ଠାରେ ବୈତରଣୀର ଜଳସ୍ତର ୩୬.୭୮ ଓ ଆଖୁଆପଦା ଠାରେ ୧୭.୮୪ ଥିବା ଜଣାପଡ଼ିଛି  ।

ଜାମସୋଲାଘାଟ ଠାରେ ସୁବର୍ଣ୍ଣରେଖାର ଜଳସ୍ତର ୪୬.୮୯ ରହିଥିବାବେଳେ ରାଜଘାଟ ଠାରେ ୭.୩୭ ରହିଛି  । ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ୮୨.୧୫ ଓ କାଶୀନଗର ଠରାରେ ୫୩.୯୨ ଅଛି  । ପୁରୁଷୋତମପୁର ଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ୧୫.୧୪ ଥିବାବେଳେ ମଥାନୀ ଠାରେ ଜଳକା ନଦୀର ଜଳସ୍ତର ୬.୨୨ ରହିଛି  । ସକାଳ ୯ଟା ସୁଦ୍ଧା ଏହା ହେଉଛି ପ୍ରମୁଖ ନଦୀର ଜଳସ୍ତର  । କେତେକ ସ୍ଥାନରେ ବିପଦ ସଂକେତ ଛୁଇଁଥିବାରୁ ସେଠାରେ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି  ।