ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’

ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’

ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’
ଭୁବନେଶ୍ୱର: ମାଟ୍ରିିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ମାଟ୍ରିକ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ପରୀକ୍ଷା ଦର୍ପଣ ଉନ୍ମୋଚିତ ହୋଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଛି । ପରୀକ୍ଷା ଦର୍ପଣ ପୁସ୍ତକଟି ରାଜ୍ୟର ସମସ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଦିଆଯିବ । ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତର ଏହି ପୁସ୍ତିକାରେ ରହିଛି । ପୁସ୍ତିକାଟି ୭୦୦ ପୃଷ୍ଠା ସମ୍ବଳିତ ରହିଛି । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦର୍ପଣ ମାଗଣାରେ ଯୋଗାଇ ଦିଆଯିବ । ରାଜ୍ୟର ୬ ଲକ୍ଷ ୨୦ ହଜାର ୫୦୮ ପିଲାଙ୍କୁ ବଂଟାଯିବ । ଫେବୃୟାରୀ ୧୫ ତାରିଖ ସୁଦ୍ଧା ସବୁ ପିଲାଙ୍କ ପାଖରେ ‘ପରୀକ୍ଷା ଦର୍ପଣ’ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଫେବୃୟାରୀ ୧୨ ତାରିଖ ସୁଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଏହି ପୁସ୍ତିକା ପହଞ୍ଚାଯିବ ବୋଲି ଜଣାଯାଇଛି । କରୋନା ଯୋଗୁଁ ପାଠପଢ଼ା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ‘ଶିକ୍ଷା ଦର୍ପଣ’ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ। କୋଭିଡ ମହାମାରୀ ଯୋଗୁଁ ରାଜ୍ୟରେ ସ୍କୁଲ ଗୁଡିକ ମାର୍ଚ୍ଚ ୧୭ ତାରିଖରୁ ବନ୍ଦ ରହିଛି । ଶିକ୍ଷାଦାନକୁ ଅବ୍ୟାହତ ରଖିବା ପାଇଁ ଅନଲାଇନ କ୍ଲାସ ଚାଲିଛି । ପିଲାମାନଙ୍କ ଚାପ କମ କରିବାକୁ ୩୦ ପ୍ରତିଶତ ସିଲାବସକୁ କମାଇଦିଆଯାଇଛି । ଏବେ ସ୍କୁଲ ଖୋଲିବା ପରେ ଶହେ ଦିନର ଶିକ୍ଷା ଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଏହାର ଭିତରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇଦେବାକୁ ସରକାର ଯୋଜନା କରିଛନ୍ତି ।