ଉନ୍ମତ୍ତ କାଣ୍ଡ : ହଷ୍ଟେଲରେ ପଶି ଛାତ୍ରଙ୍କ ତଣ୍ଟି କାଟିଲା ଅଣଛାତ୍ର
ଉନ୍ମତ୍ତ କାଣ୍ଡ : ହଷ୍ଟେଲରେ ପଶି ଛାତ୍ରଙ୍କ ତଣ୍ଟି କାଟିଲା ଅଣଛାତ୍ର
ବଲାଙ୍ଗିର : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପି.ଜି. ହଷ୍ଟେଲ ଭିତରେ ପଶି ଉନ୍ମତ୍ତକାଣ୍ଡ ଘଟାଇଛି ଜଣେ ଅଣଛାତ୍ର। ବ୍ଲେଡରେ ଛାତ୍ରଙ୍କ ତଣ୍ଟି କାଟିଦେଇଛି ଦୁର୍ବୃତ୍ତ। ଏହାକୁ ନେଇ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି।
ଜଣେ ଅଣଛାତ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପି.ଜି ହଷ୍ଟେଲରେ ପଶି ଛାତ୍ରମାନଙ୍କୁ ଦାଦାବଟି ମାଗିଥିଲା। ଟଙ୍କା ନଦେବାରୁ ଋତୁରାଜ ସିଂଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଆସି ଲଲିତ ମେହେର ମଧ୍ୟ ଆହତ ହୋଇଥିଲା। ତେବେ ଅନ୍ୟ ଛାତ୍ରମାନେ ଏନେଇ ପୁଲିସକୁ ଖବର ଦେଇଥିଲେ।
ଟାଉନ୍ ଥାନା ପୁଲିସ ଅଣଛାତ୍ରକୁ କାବୁ କରି ଅଟକ ରଖିଛି। ଆକ୍ରମଣକାରୀର ଯୁବକର ନାଁ ସିମରନ୍ ବୋଲି ଜଣାପଡିଛି। ସେ ଜଣେ ନିଶାଖୋର ଯୁବକ। ତା’ ନାଁରେ ଅନେକ ଅପରାଧିକ ମାମଲା ରହିଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟରେ ଭୟର ବାତାବରଣ ଖେଳି ଯାଇଛି। ରୁତୁରାଜ ସିଂଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।




admin 