ଉତ୍କଳ ଦିବସ: ସଂଗ୍ରାମର ଲଢେଇ

ଉତ୍କଳ ଦିବସ: ସଂଗ୍ରାମର ଲଢେଇ

ଉତ୍କଳ ଦିବସ: ସଂଗ୍ରାମର ଲଢେଇ
ଆଜି ଏପ୍ରିଲ ୦୧ । ଅର୍ଥାତ ଉତ୍କଳ ଦିବସ । ୧୯୩୬ ଆଜିର ଦିନରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଢିଉଠିଥିଲା । ଆଜିର ଦିନକୁ ଓଡିଶାବାସୀ ଆନନ୍ଦ ଏବଂ ଉଲ୍ଲାସର ସହ ପାଳନ କରିଥାନ୍ତି । ଅତୀତର ମହାନାୟକ, ସେନାନାୟକ ଏବଂ ଚିନ୍ତାନାୟକମାନଙ୍କ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସଟି ଉତ୍ସର୍ଗିକୃତ । ଖ୍ରୀଷ୍ଟପୂର୍ବଠାରୁ ବ୍ରିଟିଶ ଅମଳ ପର‌୍ୟ୍ୟନ୍ତ ଅନେକ ସାମାଜ୍ର‌୍ୟ ଦ୍ୱାରା ଶାସିତ ଏହି ରାଜ୍ୟରେ ବୈଶିଷ୍ଠତାର ମୂଲ୍ୟବୋଧ କେବେ କମ ହୋଇ ନାହିଁ । ଓଡିଆ ଜାତିର ସ୍ୱତନ୍ତ୍ରତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଯୁଗାନୁକ୍ରମେ ଅନେକ ଅବଦାନ ଏହାର ଇତିହାସରେ ଲିପିବଦ୍ଧ । ଏପ୍ରିଲ ୧, ୧୯୩୬ରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ଏହା ଭିତରେ ପାଖାପାଖି ୮୩ବର୍ଷ ବିତିବାକୁ ବସିଲାଣି । ଅତୀତର କଥାକୁ ମନେ ପକାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦିବସ ପାଳନ କରିବା ଯଦିଓ ପ୍ରଯୁଯ୍ୟ ହୋଇପାରେ । କିନ୍ତୁ ଉତ୍କଳ ଦିବସ କେବଳ ଏକ ଦିନ ନୁହେଁ ବରଂ ଏହା ଏକ ଆନ୍ଦୋଳନର ପରିଭାଷା ହେବା ନିତ୍ୟାନ୍ତ ଆବଶ୍ୟକ । ଆଜିର ଏହି ବିଜ୍ଞାନ ଯୁଗରେ ଆମେ ନିଜର ମୂଲ୍ୟବୋଧକୁ ହରାଇବା ପାଇଁ ପଛାଇନାହୁଁ । ଅନେକ କ୍ଷେତ୍ରରେ ଦେଖାଦେଇଛି ପରିବର୍ତ୍ତନ ତେବେ ସେଥିରେ ଆମର କଳା, ସଂସ୍କୃତି,ଭାଷା ବା କିପରି ବାଦ୍ ପଡିବ । କିନ୍ତୁ ଅତୀତର ମହାମନିଷୀଙ୍କଠାରେ ଆମେ ଶିଖି ଓଡିଆ ଜାତିକୁ ନିଜର ସଂପୂର୍ଣ୍ଣ ଅବଦାନ ଦେବା ଆମର କର୍ତ୍ତବ୍ୟ ।