ବଡ଼ଦାଣ୍ଡରେ ପର୍ୟ୍ୟଟକଙ୍କ ଭିଡ଼

ପୁରୀ: ବଡ଼ଦିନରେ ବଡ଼ଦାଣ୍ଡରେ ବଡ଼ ଭିଡ଼ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ସକାଳୁ ସକାଳୁ ଲୋକଙ୍କ ସମାଗମ ହେବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଦିନ ବଢିବା ସହ ଭକ୍ତଙ୍କ ଗହଳି ବଢୁଛି । ଲମ୍ବା ଲାଇନରେ ଯାଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି । ଏହା ସହ ଆଗକୁ ନୂଆ ବର୍ଷ ଆସୁଛି । ନୂଆବର୍ଷ ଯେତିକି ପାଖଉଛି, ପର୍ୟ୍ୟଟକଙ୍କ ଭିଡ଼ ସେତିକି ବଢିଚାଲିଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।