ଉଗ୍ର ରୂପ ନେଇପାରେ ୟୁକ୍ରେନ ଯୁଦ୍ଧ, ନାଟୋ ଦେଶରେ ଋଷ ମିଶାଇଲ
ଉଗ୍ର ରୂପ ନେଇପାରେ ୟୁକ୍ରେନ ଯୁଦ୍ଧ, ନାଟୋ ଦେଶରେ ଋଷ ମିଶାଇଲ
ନୂଆଦିଲ୍ଲୀ : ଉଗ୍ର ରୂପ ନେଇପାରେ ୟୁକ୍ରେନ ଯୁଦ୍ଧ । ରୁଷର ଏକ ମିସାଇଲ ପୋଲାଣ୍ଡ ସୀମା ଅତ୍ରକ୍ରମ କରି ନାଟୋ ସଦସ୍ୟ ଦେଶର ଦୁଇ ଜୀବନ ନେଇଥିବା ଜଣାପଡିଛି । ପୋଲାଣ୍ଡ ହେଉଛି ନାଟୋର ସଦସ୍ୟ । ଗୋଟିଏ ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲେ ନାଟୋ ଜବାବ ଦେବ । ରୁଷ ମିସାଇଲ ପୋଲାଣ୍ଡ ସୀମା ଟପିବା ପରେ ଘଟଣାକୁ ଗମ୍ଭୀରତାର ସହ ନେଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ବାଇଡେନ୍ ଜରୁରୀ ବୈଠକ ଡକାଇଛନ୍ତି । ବାଲିରେ G-7 ରାଷ୍ଟ୍ର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ବାଇଡେନ ।
ଆମେରିକା, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ୍, ଜାପାନ, ସ୍ପେନ୍ ଓ ନେଦରଲାଣ୍ଡସର ନେତା ଆଲୋଚନା କରିଛନ୍ତି। ଉପସ୍ଥିତ ଥିଲେ ୟୁରୋପୀୟ କାଉନ୍ସିଲ ଅଧ୍ୟକ୍ଷ ଓ ୟୁରୋପୀୟ ସଂଘର କମିଶନର। ସେହିପରି ଜି-୭ ଦେଶର ନେତା ନିଜର ବୈଦେଶିକ ସଚିବ ଓ ସୁରକ୍ଷା ପରାମର୍ଶଦାତାଙ୍କ ସହ ଜରୁରିକାଳୀନ ବୈଠକ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ୟୁକେ ପ୍ରଧାନମନ୍ତ୍ରୀ ରୁଷି ସୁନକ ପୋଲାଣ୍ଡ ରାଷ୍ଟ୍ରପତିଙ୍କ ସମ୍ପର୍କରେ ଅଛନ୍ତି। ବାଇଡେନ୍ ନାଟୋ ପ୍ରମୁଖଙ୍କ ସହ ମଧ୍ୟ କଥା ହୋଇଛନ୍ତି।ପୋଲାଣ୍ଡ ସୀମାକୁ କେଉଁଠୁ ଓ କିପରି ମିସାଇଲ ଆସିଲା ତାର ତଦନ୍ତ ଚାଲିଛି ।
ଏପଟେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ବାଲି ଛାଡି ମସ୍କୋ ଫେରିଛନ୍ତି । ସେହିପରି ନାଟୋ ଏହାର ଉଚିତ ଜବାବ ଦେଉ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ପୋଲାଣ୍ଡ ବୈଦେଶିକ ମନ୍ତ୍ରାଳୟର ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ତାଙ୍କ ଦେଶର ସେରେବୋଡୋ ଅଂଚଳରେ ରୁଷ ମିଶାଇଲ ପଡିଥିଲା। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅବଶ୍ୟ ପୋଲାଣ୍ଡ ତରଫରୁ କୁହାଯାଇଛି, ଏହି ମିଶାଇଲ କିଏ ମାଡ କରିଛି ତାର ସ୍ପଷ୍ଟ ପ୍ରମାଣ ନାହିଁ। ପୋଲାଣ୍ଡ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି, ପୋଲାଣ୍ଡରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତଙ୍କୁ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ମଗାଯାଇଛି। ସେରେବୋଡା ଅଂଚଳ ୟୁକ୍ରେନ ଓ ପୋଲାଣ୍ଡ ସୀମାରେ ରହିଛି। ଏହା ଲିଭିଭ୍ ସହର ଉତ୍ତରରେ ଅବସ୍ଥିତ। ରୁଷ କିନ୍ତୁ ଆକ୍ରମଣକୁ ଖଣ୍ଡନ କରିଛି।
ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି, ୟୁକ୍ରେନ-ପୋଲାଣ୍ଡ ସୀମା ପାଖର କୌଣସି ଅଂଚଳକୁ ରୁଷ ତରଫରୁ ଟାର୍ଗେଟ୍ କରାଯାଇ ନାହିଁ। ଯୁଦ୍ଧ ଉସୁକାଇବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ କରିଛି ରୁଷ। ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ଫୋନ ଯୋଗେ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରେଜେଜ୍ ଡୁଡାଙ୍କ ସହ କଥାହୋଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ ହୋଇଛି। ଯଦି ପୋଲାଣ୍ଡ ଉପରେ ରୁଷ ଆକ୍ରମଣର ପ୍ରମାଣ ମିଳେ ତେବେ ନାଟୋ ସେନା ପୋଲାଣ୍ଡରେ ପହଞ୍ଚିବ। ଏବଂ ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ।




admin 