ଇସ୍ପାତ ଏବଂ ଖଣି ବିଭାଗରେ ୬୫ ଜଣ ଅଧିକାରୀ ନିଯୁକ୍ତ, ଏପରି କହିଲେ ନବୀନ

ଇସ୍ପାତ ଏବଂ ଖଣି ବିଭାଗରେ ୬୫ ଜଣ ଅଧିକାରୀ ନିଯୁକ୍ତ, ଏପରି କହିଲେ ନବୀନ

ଇସ୍ପାତ ଏବଂ ଖଣି ବିଭାଗରେ ୬୫ ଜଣ ଅଧିକାରୀ ନିଯୁକ୍ତ, ଏପରି କହିଲେ ନବୀନ

ଭୁବନେଶ୍ୱର: ଇସ୍ପାତ ଏବଂ ଖଣି ବିଭାଗରେ ଗୁରୁବାର ୬୫ ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି  ।  ଓଡିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍, ଓଡିଶା ଜିଓଲୋଜିକାଲ୍ ସର୍ଭିସ୍ ଏବଂ ଓଡିଶା ସବୋର୍ଡିନେଟ ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସର ଅଟେ  । ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ  ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ହୋଇଛି ବୈପ୍ଲବିକ ପରିବର୍ତ୍ତନ  । ପ୍ରତିଟି କ୍ଷେତ୍ରରେ କାର୍ୟ୍ୟ କରୁଛନ୍ତି ଯୁବ ଏବଂ ଦକ୍ଷ କର୍ମଚାରୀ । 

ସାଧରଣ ଲୋକଙ୍କ ପାଇଁ କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେ ଆହୁରି ମଧ୍ୟ କହିଛନ୍ତି ଯେ  ରାଜ୍ୟ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ସାଧାରଣ ଲୋକଙ୍କ ପାଇଁ କାର୍ୟ୍ୟ କରାଯାଉଛି  ।  ‘୫ ଟି’ ଏବଂ ‘ମୋ ସରକାର’ ଭଳି ପଦକ୍ଷେପ ମାଧ୍ୟମରେ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସର୍ଗୀକୃତ କାର୍ୟ୍ୟ କରୁଛନ୍ତି।


ରଣନୀତି ଯେତେ ଚମତ୍କାର ଏବଂ ଅଭିନବ ହୋଇପାରେ, ଏହାର ପ୍ରକୃତ ସଫଳତା ଏହାର ପ୍ରଭାବଶାଳୀ କାର୍ୟ୍ୟକାରିତା ଉପରେ ନିର୍ଭର କରେ। ତେଣୁ ସେ ଅନୁରୋଧ କରିଛନ୍ତି, “ମୁଁ ଚାହେଁ ଯେ ଆପଣ ସମସ୍ତେ ନ୍ୟାୟପୂର୍ଣ୍ଣ ଭାବରେ କାର୍ୟ୍ୟ କରନ୍ତୁ, ସଚ୍ଚୋଟତା ଏବଂ ଅଖଣ୍ଡତା ସହିତ ଲୋକଙ୍କ ହିତ ପାଇଁ କାରର୍ୟ୍ୟ କରନ୍ତୁ  ।