ଇଲେକ୍ଟ୍ରି ବାଇକ୍ ଶୋ’ ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ, ୮ ମୃତ
ଇଲେକ୍ଟ୍ରି ବାଇକ୍ ଶୋ’ ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ, ୮ ମୃତ
ସିକନ୍ଦରାବାଦ: ସିକନ୍ଦରାବାଦ ରେଲୱେ ଷ୍ଟେଶନସ୍ଥିତ ଏକ ଇଲେକ୍ଟ୍ରି ବାଇକ୍ ଶୋ’ ରୁମ୍ରେ ଗତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ବାଇକ୍ ଶୋ’ ରୁମ୍ ଉପରେ ଏକ ଲଜ୍ ଥିବାରୁ ସେଠାରେ ବହୁ ଲୋକ ଫସି ରହିଥିବା ଜଣାଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ କରାଯାଉଛି।
ପୁଲିସ ସୂଚନାନୁସାରେ, ଗତକାଲି ରାତିରେ ବାଇକ୍ ଶୋ’ ରୁମ୍ରେ ଇଲେକ୍ଟ୍ରିକ୍ ସ୍କୁଟର ଚାର୍ଜ କରାଯାଉଥିଲା । ରାତି ୧୦ଟା ପରେ ତାହା ହଠାତ୍ ଜଳିବାକୁ ଆରମ୍ଭ କଲା। ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ନିଆଁର ବେଗ ଏତେ ପ୍ରଖର ଥିଲା ଯେ, ତାହା ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିବାରେ ଲାଗିଥିଲା। ଏହାଦେଖି ଉକ୍ତ ବିଲ୍ଡିଂର ଉପର ମହଲରେ ଫସି ରହିଥିବା ବହୁ ଲୋକ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି। ଏହାପରେ ବି ବହୁ ଲୋକ ସେଠାରେ ଫସି ରହିଥିବା ଜଣାଯାଇଛି।
ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଘଟଣାସ୍ଥଳରୁ ୮ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବହୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଶୋ’ରୁମ ଉପରେ ଏକ ଲଜ୍ ଅଛି, ଯେଉଁଥିରେ ବହୁ ଲୋକ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି।’ ରାଜ୍ୟ ପଶୁପାଳନ ମନ୍ତ୍ରୀ ଟି ଶ୍ରୀନିବାସ ଯାଦବ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତଦାରଖ କରିଛନ୍ତି।




admin 