ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କ ଇସ୍ତଫା
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କ ଇସ୍ତଫା
admin
May 9, 2021 - 06:28
Updated: May 9, 2021 - 06:28
ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଇସ୍ତଫା ଦେଇଛନ୍ତି । ଆସାମ ରାଜ୍ୟର ରାଜ୍ୟପାଳ ଶ୍ରୀଯୁକ୍ତ ଜଗଦୀଶ ମୁଖୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ସର୍ବାନନ୍ଦ । ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ? ସେଥି ପାଇଁ ରାଚ୍ୟରେ ଆଜି ଆସାମ ବିଧାୟକ ଦଳ ବୈଠକ ବସୁଛି । ଆସାମ ପରବର୍ତୀ ମୁଖ୍ୟମନ୍ତ୍ରୀ ପାଇଁ କଳ୍ପନାଜଳ୍ପନା ଜାରି ରହିଛି । କୁହାଯାଇଛି ଯେ ହିମନ୍ତ ବିଶ୍ୱ ଶର୍ମା ହୋଇ ପାରନ୍ତି ଆସାମର ପରବର୍ତୀ ମୁଖ୍ୟମନ୍ତ୍ରୀ । ବିଶ୍ୱ କର୍ମା । ହିମନ୍ତଙ୍କ ସପକ୍ଷରେ ବିଜେପିର ୪୦ ବିଧାୟକଙ୍କ ସମର୍ଥନ ଥିବା ସୂଚନା ମିଳିଛି । ଗତକାଲି ସର୍ବାନନ୍ଦ ସୋନୱାଲ ଓ ହିମନ୍ତ ବିଶ୍ୱକର୍ମାଙ୍କୁ ଦିଲ୍ଲୀ ଡକାଯାଇଥିଲା । ଦିଲ୍ଲୀ ବିଜେପି ମୁଖ୍ୟକାର୍ଯ୍ୟାରେ ଅମିତ ଶାହାଙ୍କ ନେତୃତ୍ୱରେ ଆସାମ ମୁଖ୍ୟମନ୍ତ୍ରୀ ପାଇଁ ବୈଠକ ବସିଥିଲା, ଏହି ବୈଠକରେ ବିଜେପି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଆଲୋଚନା ପରେ ଆଜି ସର୍ବାନନ୍ଦ ଇସ୍ତଫା ଦେଇଛନ୍ତି । ଆଜି ଘୋଷଣା ହୋଇପାରେ ଆସାମର ମୁଖ୍ୟମନ୍ତ୍ରୀ କିଏ ହେବ । ୧୧୬ ଆସନ ବିଶିଷ୍ଟ ଆସାମ ବିଧାନସଭାର ୬୦ ଆସନ ବିଜେପି ଜିତିଛି । ଆଜି । ଏହି ବୈଠକରେ ସ୍ଥିର କରାଯିବ ଯେ କିଏ ହେବ ଆସାମ ମୁଖ୍ୟମନ୍ତ୍ରୀ ।