ଆସନ୍ତାକାଲିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ୟ୍ୟଟନ ଟ୍ରେନ୍
ଆସନ୍ତାକାଲିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ୟ୍ୟଟନ ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ୟ୍ୟଟନ ଟ୍ରେନର ଶୁଭାରମ୍ଭ ହେବ । ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନର ଶୁଭାରମ୍ଭ କରିବେ । ୮ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍ ଯାତ୍ରା କରିବ ।
ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଏହି ଟ୍ରେନ୍ ଯାତ୍ରା କରିବ ।
ଦିଲ୍ଲୀର ସଫଦରଗଞ୍ଜ ଷ୍ଟେସନରୁ ଏହାର ଶୁଭାରମ୍ଭ ହେବାକୁ ଥିବା ବେଳେ ବାରଣାସୀରେ ଏହାର ପ୍ରଥମ ଷ୍ଟପେଜ ହୋଇଥିବା କୁହାଯାଇଛି ।