ଆସନ୍ତା କାଲି ପୁରୀ ଆସିବେ ରାଷ୍ଟ୍ରପତି

ଆସନ୍ତା କାଲି ପୁରୀ ଆସିବେ ରାଷ୍ଟ୍ରପତି

ଆସନ୍ତା କାଲି ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା କାଲି (ଶନିବାର) ପୁରୀ ଆସିବେ। ରାଷ୍ଟ୍ରପତିଙ୍କ ରହଣୀ ସ୍ଥଳରେ ସାମାନ୍ୟ ପରିବର୍ତ୍ତନ। ପୂର୍ବରୁ ତାଙ୍କ ରହଣୀ ଏକ ଘରୋଇ ହୋଟେଲ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ସେ ରାଜଭବନରେ ଅବସ୍ଥାନ କରିବେ ବୋଲି ସୂଚନା ଦିଆଯାଇଛି। 

ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ , ଦୁଇ ଦିନିଆ ପୁରୀ ଗସ୍ତରେ ଆସି  ଫେବ୍ରୁଆରୀ ୧୯ ତାରିଖ ଅପରାହ୍ଣ ୨ଟା ୪୫ରେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ଅପରାହ୍ଣ ୩ଟା ୩୫ରେ ପୁରୀରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ  ରାଜଭବନ ଯିବେ  । ପୂର୍ବରୁ ରାଷ୍ଟ୍ରପତି ଏକ ଘରୋଇ ହୋଟେଲରେ ରହିବେ ବୋଲି ସୂଚନା ଦିଆଯାଇଥିଲା। ଏହାପରେ  ଅପରାହ୍ଣ ୫ଟାରେ ସେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବେ। ସେହିଦିନ ରାତିରେ ସେ ପୁରୀରେ ରହିବେ।

ତା’ପର ଦିନ ଅର୍ଥାତ୍ ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ସେଠାରେ ସେ ପ୍ରାୟ ୧୫ ମିନିଟ୍ ଧରି ରହିବାର କାର୍ୟ୍ୟକ୍ରମ ରହିଛି। ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍ଘାଟନ କରିବେ। ଦିନ ୧୧ଟାରୁ ୧୨ଟା ପର୍ୟ୍ୟନ୍ତ ସେ ଏହି କାର୍ୟ୍ୟକ୍ରମରେ ରହିବେ। ତା’ପରେ ସେ ଭୁବନେଶ୍ୱର ଯାଇ ଦିଲ୍ଲୀ ଫେରିଯିବେ।

ସୂଚନାଯୋଗ୍ୟ, ତୃତୀୟ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଯେଉଁ ଯେଉଁ ସ୍ଥାନକୁ ଯିବେ ସେଠାରେ କେମିତି ସୁରକ୍ଷା ବ୍ୟବସ୍ଥା ରହିବ ତାହାର କଡ଼ା ଯାଞ୍ଚ କରୁଛନ୍ତି ଉଚ୍ଚସ୍ତରୀୟ ପୁଲିସ୍ ଅଧିକାରୀ।