ଆଲିଗଡର ଦିଲ୍ଲୀ ଗେଟ ନିକଟରେ ବିସ୍ଫୋରଣ : ୨ ମୃତ ୮ ଆହତ

ଆଲିଗଡର ଦିଲ୍ଲୀ ଗେଟ ନିକଟରେ ବିସ୍ଫୋରଣ : ୨ ମୃତ ୮ ଆହତ

ଆଲିଗଡର ଦିଲ୍ଲୀ ଗେଟ ନିକଟରେ ବିସ୍ଫୋରଣ : ୨ ମୃତ ୮ ଆହତ
ଆଲିଗଡ : ଉତ୍ତରପ୍ରଦେଶର ଆଲିଗଡରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଆଲିଗଡର ଦିଲ୍ଲୀ ଗେଟ ନିକଟରେ ଘଟିଥିବା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଦିଲ୍ଲୀ ଗେଟ ନିକଟସ୍ଥ ଖାଟିକାନ ଅଞ୍ଚଳରେ ରହିଥିବା ଏକ ଘରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଉକ୍ତ ଅଞ୍ଚଳରେ ଏକାଧିକ ଘର ନଷ୍ଟ ହୋଇ ଯାଇଥିଲା । ବିସ୍ଫୋରଣର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଥିବା ବେଳେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।