କାମ ଦେଲାନି ୟୁଟ୍ୟୁବ ଜ୍ଞାନ : ଏଟିଏମ ଲୁଟେରା ଗିରଫ

କାମ ଦେଲାନି ୟୁଟ୍ୟୁବ ଜ୍ଞାନ : ଏଟିଏମ ଲୁଟେରା ଗିରଫ

କାମ ଦେଲାନି ୟୁଟ୍ୟୁବ ଜ୍ଞାନ : ଏଟିଏମ ଲୁଟେରା ଗିରଫ
ଭୁବନେଶ୍ୱର: ୟୁ ଟ୍ୟୁବ୍‌ ଦେଖି ଚୋରି ଶିଖିଲେ। କିନ୍ତୁ କାମ ଦେଲାନି ୟୁଟ୍ୟୁବ ଜ୍ଞାନ। ଏଟିଏମ୍‌ କାଟି ଲୁଟ୍‌ କରିବା ପୂର୍ବରୁ ପୁଲିସ ହାତରେ ଧରା ପଡ଼ିଗଲେ। କଟକ ଗଣ୍ଡରପୁର ଏଟିଏମ୍‌ ଲୁଟ୍‌ ଘଟଣାରେ ଏପରି ସୂଚନା ଦେଇଛନ୍ତି କଟକ ଡିସିପି ଡିସିପି ପ୍ରତୀକ ସିଂହ। ଗିରଫ ଅଭିଯୁକ୍ତ ହେଲେ ଶିଶିର ଦେବନାଥ। ଅଭିଯୁକ୍ତଙ୍କ ଘର ଜଗତସିଂହପୁର। ସେ କଟକରେ ଏକ ଔଷଧ ଦୋକାନରେ କାମ କରୁଥିଲେ। ଏଟିଏମ୍‌ ମେସିନ କାଟିବା ପାଇଁ ସେ ଏକ ଘରୋଇ ନର୍ସିଂହୋମରୁ ଅକ୍ସିଜେନ ସିଲିଣ୍ଡର ଆଣିଥିଲେ। ଲୁଟ ଉଦ୍ୟମ ବେଳେ ଅଭିଯୁକ୍ତ ସାଇରନ ଓ ସିସିଟିଭି ଆଦିକୁ ଅଚଳ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ସେଠାରେ ଲାଗି ଥିବା ଭାଇବ୍ରେଟ୍‌ ସେନସର ବ୍ୟାଙ୍କର ମୁଖ୍ୟଙ୍କ ନିୟନ୍ତ୍ରଣ କକ୍ଷକୁ ସଂକେତ ଦେଇଥିଲା। ଏସ୍‌ବିଆଇ ବ୍ୟାଙ୍କ ପକ୍ଷରୁ ଏନେଇ ତୁରନ୍ତ ଚାଉଳିଆଗଞ୍ଜ ଥାନାକୁ ଖବର ଦିଆ ଯାଇଥିଲା। ପୁଲିସ ସଙ୍ଗେ ସଙ୍ଗେ ଏଟିଏମ୍‌ ପାଖରେ ପହଞ୍ଚିଥିଲା। ଏହା ଦେଖି ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ଆଜି ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପ୍ରତୀକ ସିଂହ କହିଛନ୍ତି। ଲୁଟ୍‌ ସମୟରେ ଏଟିଏମ୍‌ରେ ୨୦ ଲକ୍ଷ ୬୦ ହଜାର ଟଙ୍କା ଥିଲା।