ଆମେରିକାରେ ଆଖିବୁଜା ଗୁଳିମାଡରେ ୧୦ ଜଣଙ୍କ ମୃତୁ୍ୟ

ଆମେରିକାରେ ଆଖିବୁଜା ଗୁଳିମାଡରେ ୧୦ ଜଣଙ୍କ ମୃତୁ୍ୟ

ଆମେରିକାରେ ଆଖିବୁଜା ଗୁଳିମାଡରେ ୧୦ ଜଣଙ୍କ ମୃତୁ୍ୟ
ନୂଆଦିଲ୍ଲୀ: ଆମେରିକାରେ ଦୁର୍ବୃତର ଆଖିବୁଜା ଗୁଳିମାଡରେ ୧୦ ଜଣ ମୃତୁ୍ୟବରଣ କରିଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ସମେତ ଗୁଳିମାଡରେ ୧୦ ଜଣଙ୍କ ମୃତ ହୋଇଛି । କୋଲରାଡୋର ଏକ ସୁପରମାର୍କେଟରେ ଆକ୍ରମଣ ହୋଇଛି । ଜଣେ ସନ୍ଦିଗ୍ଧକୁ ପୋଲିସ ଗିରଫ କରିଛି । ସପ୍ତାହ ଭିତରେ ଆମେରିକାରେ ଦ୍ୱିତୀୟ ଗୁଳିକାଣ୍ଡ ଘଟଣା ଘଟିଛି । ଆମେରିକା ଭଳି ଦେଶରେ ଏମିତି ଗୁଳିକାଣ୍ଡ ଘଟଣା ସାରା ବିଶ୍ୱକୁ ଚକିତ କରିଛି । ସାରା ବିଶ୍ୱରେ ଆଲୋଡନ ପଡିଛି ଯେ ଆମେରିକାରେ କାହିଁକି ଏମିତି ବାରମ୍ବାର ଗୁଳିକାଣ୍ଡ ଘଟୁଛି । ୧୭ ତାରିଖ ଦିନ ଆଟଲାଂଟରେ ଗୁଳିମାଡରେ ୮ ଜଣ ପ୍ରାଣ ହରାଇଥିଲେ ।