ଆମେରିକା ଯିବେ ମମତା : ବିଡେନଙ୍କୁ ସର୍ବପ୍ରଥମେ ଶୁଭେଚ୍ଛା ଜଣାଇଥିଲେ
ଆମେରିକା ଯିବେ ମମତା : ବିଡେନଙ୍କୁ ସର୍ବପ୍ରଥମେ ଶୁଭେଚ୍ଛା ଜଣାଇଥିଲେ
admin
Nov 10, 2020 - 05:57
Updated: Nov 10, 2020 - 05:57
କୋଲକାତା :ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମେରିକା ଯିବେ । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ସର୍ବପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମମତା ଶୁଭେଚ୍ଛା ଜଣାଇଥିଲେ । ତେବେ ଆମେରିକାର କିଛି ବ୍ୟବସାୟୀ ସଙ୍ଗଠନ ତଥ ଆମେରିକା ଥିଙ୍କ ଟ୍ୟାଙ୍କ ମମତାଙ୍କୁ ଆମେରିକା ଆସିବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି ତେବେ ମମତା ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ଆମେରିକା ଯିବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।
ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କୁ ଆମେରିକା ଯିବା ପାଇଁ ନିମନ୍ତ୍ରଣ ମିଳିଛି । କିନ୍ତୁ ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି ଥିବାରୁ ସେ ଆମେରିକା ଯାତ୍ରାକୁ ସର୍ବଦା ମନା କରି ଆସିଥିଲେ । ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦକ୍ଷିଣପନ୍ଥୀ ନୀତିକୁ ମମତା ପସନ୍ଦ କରୁନଥିବାର ମମତାଙ୍କ ନିକଟ ଲୋକଙ୍କଠାରୁ ସୂଚନା ରହିଛି । ଟ୍ରମ୍ପ୍ଙ୍କ ଏଚ୍୧ବି ଭିସା ସଂଖ୍ୟା ହ୍ରାସ, ଶରଣାର୍ଥୀଙ୍କ ପ୍ରବେଶକୁ ବାରଣ, ଶ୍ବେତାଙ୍ଗଙ୍କୁ ସମର୍ଥନ ତଥା ମୁସଲମାନଙ୍କ ବିରୋଧ ନୀତିକୁ ମମତା ପସନ୍ଦ କରୁନଥିଲେ । ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ସମୟରେ ପେନ୍ସେଲ୍ଭିଆ ରାଜ୍ୟର ପରିଣାମ ଆସିବା ପରେ ମମତା ରାତ୍ର ସମୟରେ ଫୋନ୍ ଯୋଗେ ବାଇଡେନ୍ଙ୍କୁ ରାଷ୍ଟ୍ରପତି ନିର୍ବାଚନ ଜିତିବା ନେଇ ଶୁଭେଚ୍ଛା ଜଣାଇଥିଲେ । ଗତ ୪ ବର୍ଷ ମଧ୍ୟରେ ମମତା ବ୍ରିଟେନ୍ ଓ ଭାଟିକାନା ଯାତ୍ରା କରିଛନ୍ତି । କିନ୍ତୁ ଆମେରିକା ଯାତ୍ରା କରିନାହାନ୍ତି । ତେବେ ମମତାଙ୍କ ଏହି ଆମେରିକା ପ୍ରୀତି ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବୋଲି କେହି କେହି ମତ ଦେଉଛନ୍ତି ।