ଆପାର୍ଟମେଣ୍ଟ କିଣିବାକୁ ଚାହୁଁଛନ୍ତି କି? ବଡ ଖବର
ଭୁବନେଶ୍ୱର: ଆପାର୍ଟମେଣ୍ଟ କିଣା ବିକାରେ ଆସିବ ସ୍ୱଚ୍ଛତା । ବିଲଡରଙ୍କ ଶୋଷଣରୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍-୨୦୨୩ । ଏହାକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ଏହି ବିଲ୍ ଅନୁସାରେ ପ୍ରଥମ ସେଲ୍ ଡିଡ୍ ପୂର୍ବରୁ ଆଲଟିଜ୍ ଆସୋସିଏସନ୍ ବା ଆପାର୍ଟମେଣ୍ଟ ଆବଣ୍ଟନଗ୍ରାହୀଙ୍କ ସଂଘ ଗଠନ କରାଯିବ । ଯାହାକୁ ନେଇ ବିବାଦ ଥିଲା । ଏହି ସଂଘ ନାଁରେ ଆପାର୍ଟମେଂଟର କମନ୍ ଏରିଆ ବା ସାଧାରଣ ସ୍ଥାନ, ଷ୍ଟେୟାର୍ କେସ୍, ଖେଳ ପଡିଆ ଆଦି ପଂଜିକୃତ ହେବ ।
ଚଳିତ ଅଧିବେଶନରେ ଏହି ବିଲ୍ ବିଧାନସଭାରେ ଆଗତ ହେବା ନେଇ ଅଧିକ ସମ୍ଭାବନା ରହିଛି । ଚଳିତ ଅଧିବେଶନରେ ରେରା-କମ୍ପ୍ଲିଆଂଟ ଆପାର୍ଟମେଂଟ ବିଲ୍ ଆଣିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ । ବିମଳେନ୍ଦୁ ପ୍ରଧାନ ନାମକ ଭୁବନେଶ୍ୱରର ଜଣେ ଆପାର୍ଟମେଂଟ ମାଲିକ, ୨୦୨୧ ଓଡ଼ିଶା ଆପାର୍ଟମେଂଟ ଓନରସିପ୍ ଆମେଣ୍ଡମେଂଟ ରୁଲ୍ସ କୁ ଚ୍ୟାଲେଂଜ କରିିଥିଲେ । ଏହା ରିଅଲ୍ ଇଷ୍ଟେଟ୍ ରେଗୁଲେସନ୍ ଓ ଡେଭଲପମେଣ୍ଟଆକ୍ଟ-୨୦୧୬ ବା ରେରା ର ବିରୋଧାଚରଣ କରୁଥିବା ଅଭିଯୋଗ କରି ହାଇକୋର୍ଟରେ ପିଟିସନ୍ ଦାୟର କରିଥିଲେ ।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଗତ ବର୍ଷ ମେ’ ମାସରେ ସାଧାରଣ ସ୍ଥାନଗୁଡ଼ିକୁ ଆପାର୍ଟମେଣ୍ଟ ମାଲିକ ସଂଘକୁ ହସ୍ତାନ୍ତର କରା ନଗଲେ ସେଲ୍ ଡିଡ୍ ପଂଜିକରଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।




admin 