ଆତ୍ମନିର୍ଭର ବିହାରର ନାରା ସହିତ ବିଜେପିର ନିର୍ବାଚନୀ ଇସ୍ତାହାର : ନୂତନ ନିଯୁକ୍ତିର ପ୍ରତିଶ୍ରୁତି

ଆତ୍ମନିର୍ଭର ବିହାରର ନାରା ସହିତ ବିଜେପିର ନିର୍ବାଚନୀ ଇସ୍ତାହାର : ନୂତନ ନିଯୁକ୍ତିର ପ୍ରତିଶ୍ରୁତି

ଆତ୍ମନିର୍ଭର ବିହାରର ନାରା ସହିତ ବିଜେପିର ନିର୍ବାଚନୀ ଇସ୍ତାହାର : ନୂତନ ନିଯୁକ୍ତିର ପ୍ରତିଶ୍ରୁତି
ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଏହି ନିର୍ବାଚନୀ ଇସ୍ତାହାରକୁ ପାଞ୍ଚସୂତ୍ରୀ, ଏକ ଲକ୍ଷ୍ୟ : ୧୧ ସଙ୍କଳ୍ପର ନାମ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାଟନାରେ ଏହି ସଂକଳ୍ପ ପୁସ୍ତିକାର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତିକାରେ ଆତ୍ମନିର୍ଭର ବିହାରକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ନୂତନ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ନୂତନ ନିଯୁକ୍ତି ସହିତ ଗ୍ରାମାଞ୍ଚଳ, ସହରାଞ୍ଚଳ, ଶିଳ୍ପ, ଶିକ୍ଷା ଏବଂ କୃଷି କ୍ଷେତ୍ରର ବିକାଶକୁ ଏହି ଇସ୍ତାହାରରେ ପ୍ରାଧାନ୍ୟ ଦିଆଯାଇଛି । ଆସନ୍ତା ଦିନରେ ବିହାରକୁ ଟେକ୍ନୋଲୋଜି ହବରେ ପରିଣତ କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଛି । ବିଜେପି ଚଳିତ ନିର୍ବାଚନ ପାଇଁ ଜେଡିୟୁ, ହମ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସହିତ ମେଣ୍ଟ କରିଛି । ଆସନ୍ତା ଅକ୍ଟୋବର ୨୮, ନଭେମ୍ବର ୩ ଏବଂ୭ ରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବା ସହିତ ନଭେମ୍ବର ୧୦ରେ ଭୋଟ ଗଣତି ହେବ । ଏହା ସହିତ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ବିହାରରେ ପୁଣି ଥରେ ଏନଡିଏ ସରକାର କ୍ଷମତାକୁ ଫେରିବ ।