ଆଜିଠୁ ଚିଲିକାରେ ଡଲ୍‌ଫିନ୍ ଗଣନା ଆରମ୍ଭ

ଆଜିଠୁ ଚିଲିକାରେ ଡଲ୍‌ଫିନ୍ ଗଣନା ଆରମ୍ଭ

ଆଜିଠୁ ଚିଲିକାରେ ଡଲ୍‌ଫିନ୍ ଗଣନା ଆରମ୍ଭ

ବ୍ରହ୍ମଗିରି: ଚିଲିକାରେ ଆଜିଠୁ ଆରମ୍ଭ ହୋଇଛି ଡଲ୍‌ଫିନ୍ ଗଣନା।  ଗଣନା କାର୍ୟ୍ୟରେ ଲାଗିଛନ୍ତି ୧୮ଟି ଟିମ୍। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବନ ବିଭାଗ ପକ୍ଷରୁ ଗଣତି ଚାଲିଥିବା ବେଳେ ଏହା ୩ ଦିନ ଧରି ଚାଲିବ।
ଗଣନା କାର୍ୟ୍ୟରେ ବାଧା ନ ଉପୁଜିବା ଲାଗି ଆଜି ଦିନ ୨ଟା ପର୍ୟ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଯାଇଛି। ଘାଟ ଡଙ୍ଗା ଓ ଫେରିକୁ ମଧ୍ୟ ବନ୍ଦ କରାଯାଇଛି। ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ମୋଟର ବୋଟ୍ ସଂଘ ସଦସ୍ୟ ମଧ୍ୟ ଗଣନା କାର୍ୟ୍ୟରେ ସାମିଲ ହୋଇଛନ୍ତି। ଫଟୋଗ୍ରାଫି ସହ ଜିପିଏସ ଟ୍ରାକିଂ କରାଯାଇ ଗଣନା କରାଯାଉଛି। ବାଇନକୁଳର ଦ୍ୱାରା ଡଲଫିନଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ବନ କର୍ମଚାରୀମାନେ ଡଲଫିନ୍ ସଂଖ୍ୟା ଆକଳନ କରୁଛନ୍ତି।