ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା ।

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା ।

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା ।
ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ । ୧୦ଟାରୁ ଆରମ୍ଭ ହୋଇ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଯୁକ୍ତ ଦୁଇ ପରୀକ୍ଷାରେ ସମୁଦାୟ ୧,୧୪୩ କେନ୍ଦ୍ରରେ ମୋଟ ୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସୂଚନା ମୁତାବକ, ରାଜ୍ୟର ୨୦୨ଟି ହବ୍‌ରେ ପ୍ରଶ୍ନପତ୍ର ରଖାଯାଇଛି । ତାହା ସକାଳ ୯.୩୦ରେ ସମସ୍ତ କେନ୍ଦ୍ରରେ ପହଂଚିଥିଲା । ଚଳିତବର୍ଷ ବହୁ କଡାକଡି ଭାବେ ପରୀକ୍ଷା ଚାଲିଥିବାବେଳେ ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିବା ସହିତ କପି ଓ ନକଲି ପରୀକ୍ଷାର୍ଥୀ ରୋକିବାକୁ କେନ୍ଦ୍ରରେ ପିଲାଙ୍କୁ ଦୁଇ ଦୁଇ ଥର ଯାଂଚ କରାଯାଇଛି । ପ୍ରଥମ ଚେକିଂରେ ପିଲାଙ୍କ ପରିଚୟ ପତ୍ର ଯାଂଚ କରିବା ସହିତ ଦ୍ୱିତୀୟ ଚେକିଂରେ କପି ଯାଂଚ କରାଯାଇଛି । ମାଓପ୍ରବଣ ଅଂଚଳରେ ସିଏଚ୍‌ଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।